କେନ୍ଦୁଝର ଚାରଣ ଜିଲ୍ଲା ସଙ୍ଗଠନ ତରଫରୁ ଭାଗବତ ଜନ୍ମ ପାଳନ

ହାଟଡିହି  (ଓ୍ବାଇଏନଏସ): ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀର କେନ୍ଦୁଝର ଚାରଣ ଜିଲ୍ଲା ସଙ୍ଗଠନ ତରଫରୁ ଭାଗବତ ଜନ୍ମ ଦିନ ପାଳନ କରାଯାଇଛି। ହାଟଡିହି ଶାଖା, କଦମ୍ବଡିହି ଚାରଣ ଶାଖା, ମତାବାଜ ଚାରଣ ଶାଖା,ସିଲନ୍ଦି ଚାରଣ ଶାଖା, ବହାରିପୂର ଚାରଣ ଶାଖା ଓ କେନ୍ଦୁଝର ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାରଣ ଜିଲ୍ଲା ସଙ୍ଗଠନ ତରଫରୁ ଭାଗବତ ଜନ୍ମ  ଧୁମ୍ ଧାମ ରେ ପାଳନ କରାଯାଇଛି। ଚାରଣ ଜିଲ୍ଲା ସଙ୍ଗଠକ ତପନ କୁମାର ନାୟକ ସୂଚନା ମୁତାବକ ସର୍ବ ପ୍ରଥମେ କଳସ ଯାତ୍ରା କରାଯାଇ ବିଷ୍ଣୁ ସହସ୍ର ନାମ, ଗୀତାର ପଞ୍ଚଦଶ ଅଧ୍ୟାୟ, ଜଗନ୍ନାଥ ସ୍ତୁତି, ଭାଗବତର ପ୍ରଥମ ଅଧ୍ୟାୟ ଓ ନାମ ସଂକୀର୍ତ୍ତନ କରାଯାଇ ଥିଲା। ଚାରଣ ଗୋଷ୍ଠୀ ଦ୍ୱାରା ଜଗନ୍ନାଥଙ୍କ ନାମର ପ୍ରଚାର ପ୍ରସାର କରିବା ଦିଗରେ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଇ ଆଗକୁ ନେବାର ପ୍ରେରଣା ଦେଉଛି। ସୁସ୍ଥ ସମାଜ ଲକ୍ଷ୍ୟରେ ଚାରଣ ଗୋଷ୍ଠୀ ତାର ପ୍ରୟାସ ଜାରି ରଖିଛି। ଏହି କାର୍ଯ୍ୟ କ୍ରମରେ ଚାରଣ ଜିଲ୍ଲା ସଙ୍ଗଠନ କେନ୍ଦୁଝର ର ସମସ୍ତ ଶାଖାର ମାଆ ଓ ଭାଇ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ