କଟକର ଏକ ଘରୋଇ ହସ୍ପିଟାଲରେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ, (ଓ୍ବାଇଏନଏସ): କଟକର ଏକ ଘରୋଇ ହସ୍ପିଟାଲରେ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ । କଟକ ରାଣୀହାଟ କେନାଲ ରୋଡରେ ଥିବା ଚାଣକ୍ୟ ହସ୍ପିଟାଲରେ ଜଣେ କର୍ମଚାରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ତପନ କୁମାର ବଳ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି । ତେବେ ତପନଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ହସ୍ପିଟାଲର ଜଣେ ମହିଳା ଏବଂ ମ୍ୟାନେଜର ଚନ୍ଦନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଏହା ହତ୍ୟା ନାଁ ଆତ୍ମହତ୍ୟା ! ଯଦି ଏହା ଆତ୍ମହତ୍ୟା ତେଵେ ଯେଉଁ ପରିସ୍ଥିତିରେ ଶବ ଉଦ୍ଧାର କରା ଯାଇଛି ତାହାକୁ ନେଇ ସନ୍ଦେହ ରହିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ ଚନ୍ଦନ ଠାରୁ କିଛିଦିନ ପୂର୍ବରୁ ଟଙ୍କା ମଧ୍ୟ ନେଇଥିବା ଭଉଣୀ ଙ୍କୁ କହିଥିବା କହିଛନ୍ତି । ଆତ୍ମହତ୍ୟା ନୁହେଁ ବରଂ ତାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ତପନଙ୍କ ଭାଇ । ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛଦ ପାଇଁ କଟକ ବଡ଼ ମେଡିକାଲ ପଠାଇଛି । ଏସିପି ଅରୁଣ ସ୍ୱାଇଁଙ୍କ ସୂଚନା ମୁତାବକ, ତପନଙ୍କୁ ଝୁଲନ୍ତା ଅବସ୍ଥାରେ ହସ୍ପିଟାଲର ଅନ୍ୟ କିଛି କର୍ମଚାରୀ ଦେଖିବାକୁ ପାଇଥିଲେ ।ଏହାପରେ ପୋଲିସକୁ ଖବର ଦେଇଥିଲେ ପୋଲିସ ପହଁଚିଲା ବେଳକୁ ମୃତଦେହ ବାହାର କରାଯାଇ ସାରିଥିଲା । ତେବେ ପରିବାର ଲୋକଙ୍କ ଯାହା ଅଭିଯୋଗ ଅଛି ସମସ୍ତ ଦିଗକୁ ଧ୍ୟାନ ଦେଇ ତଦନ୍ତ କରାଯିବ ବୋଲି ସ୍ଥାନୀୟ ଏସିପି କହିଛନ୍ତି ।ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। କଟକ ରାଣୀହାଟ କେନାଲ ରୋଡରେ ଥିବା ଚାଣକ୍ୟ ହସ୍ପିଟାଲରେ ଜଣେ କର୍ମଚାରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ତପନ କୁମାର ବଳ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି । ତେବେ ତପନଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ହସ୍ପିଟାଲର ଜଣେ ମହିଳା ଏବଂ ମ୍ୟାନେଜର ଚନ୍ଦନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ