୬ଡକାୟତ ଗିରଫ, ମାରଣାସ୍ତ୍ର ଜବତ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସଦର ଥାନା ପୋଲିସ୍ ଏକ ଡକାୟତ ଦଳକୁ ଧରିବା ସହ ସେହି ଦଳର ୬ ସଦସ୍ୟକୁ ଗିରଫ କରିଛି। ଗିରଫ ଡକାୟତ ମାନେ ହେଉଛନ୍ତି ସାନମଙ୍ଗଳାର ବିଶ୍ୱଜିତ ପତ୍ରି, ବଳଗଣ୍ଡିର ଅସରଦ ଅହମଦ, ଉଦୟନଗରର ଓମ୍ ମିଶ୍ର, ହଜାରିବଗିଚାର ପୀତବାସ ମହାରଣା, ହୃଷିକେଶ ମହାରଣା ଓ ରୁଦ୍ର ରଞ୍ଜନ ପାତ୍ର। ଏହି ଡକାୟତ ଦଳ ଠାରୁ ସଦର ଥାନା ପୋଲିସ ଦୁଇଟି ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ ଛୁରି ଓ ଅନ୍ୟ କେତେକ ମାରଣାସ୍ତ୍ର ସମେତ ୬ଟି ମୋବାଇଲ ଓ ନଗଦ ୫ ହଜାର ଟଙ୍କା ଜବତ କରିଛନ୍ତି। ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନଙ୍କ କହିବାନୁଯାୟୀ ଏହି ଡକାୟତମାନେ ବିଭିନ୍ନ ଘରକୁ ଟାର୍ଗେଟ କରୁଥିଲେ। ଯେଉଁ ଘରେ ବୁଢ଼ା ବୁଢ଼ୀ ରହୁଥିଲେ ସେହି ଘରେ ଏମାନେ ପଶୁଥିଲେ। କେହି ସେମାନଙ୍କୁ ବାଧା ଦେଲେ ବନ୍ଧୁକ ଓ ଖଣ୍ଡା ଦେଖାଇ ସେମାନଙ୍କୁ ଭୟଭୀତ କରୁଥିଲେ। ଏହାପରେ ଘରେ ଥିବା ଟଙ୍କା, ସୁନା ଓ ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଥିଲେ। ଏହି ଡକାୟତମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ ସେମାନଙ୍କୁ ଗିରଫ କରିବା ପାଇଁ ଏସପିଙ୍କ ନିର୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଡକାୟତ ଦଳକୁ ଗିରଫ କରିଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ