ବିଜେପି ସଭାପତି ରତ୍ନାକର କବିଙ୍କ ମାତୃବିୟୋଗ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ସମଣା ଗ୍ରାମପଞ୍ଚାୟତର ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଶ୍ରୀଯୁକ୍ତ ରତ୍ନାକର କବିଙ୍କ  ମାତା ମଲ୍ଲୀ କବିଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ମହାପ୍ରୟାଣ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଜଣେ ପରୋପକାରୀ, ଧର୍ମପରାୟଣା ଓ ମେଳାପୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ ଚାପୁଣ୍ଡିଆ ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଏକ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ  ମୃତ୍ୟୁ ଶଯ୍ୟା ନିକଟରେ  ତାଙ୍କର ତିନି ପୁଅ ରତ୍ନାକର କବି, ସଞ୍ଜୟ କବି, ଅଜୟ କବି, ଦୁଇ କନ୍ୟା ମୀନାରାଣୀ ପାତ୍ର, ଜୟଶ୍ରୀ ସ୍ୱାଇଁ, ଦୁଇ ଜ୍ୱାଇଁ କେଶବ ଚନ୍ଦ୍ର ପାତ୍ର, ଚିତ୍ତରଞ୍ଜନ ସ୍ବାଇଁ ଓ ସମସ୍ତ ନାତିନାତୁଣୀଙ୍କ ସମେତ ଆତ୍ମୀୟସ୍ୱଜନ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି  ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନୈତିକ ନେତୃବୃନ୍ଦ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ