ଦୁର୍ଗା ଓ କାଳୀ ପୂଜା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡ଼ା, (ଅନୀଲ କୁମାର ମହାରଣା): ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆଗାମୀ ଦୁର୍ଗା ପୂଜା ଓ କାଳୀ ପୂଜା ଉପଲକ୍ଷେ ମଦନମୋହନ ଛକସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ପୁରୋହିତ ସଂଗ୍ରାମ କେଶରୀ ନନ୍ଦ ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବାବେଳେ କର୍ତ୍ତା ଭାବେ ଶେଷଦେବ ପାତ୍ର ଦାୟିତ୍ବ ନିର୍ବାହ କରିଥିଲେ। କୃଷ୍ଣଚନ୍ଦ୍ର ମହାପାତ୍ର, କେଦାରନାଥ ମହାରଣା, ସୁରଜ ସାହୁ, ରୁପମ୍ ସୁବୁଦ୍ଧି, ସୁବ୍ରତ ସ୍ବାଇଁ, ଟୁନା ରେଡ୍ଡୀ, ବାପି ସାହୁଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।


