ସଫେଇ ମିତ୍ରଙ୍କ ସୁରକ୍ଷା ଓ ସମ୍ମାନ ଶିବିର

ହାଟଡିହି,(ଓ୍ବାଇଏନଏସ) : ସେବା ସଂକଳ୍ପ ଅଭିଯାନ ଅବସରରେ ଜିଲ୍ଲା ଜଳ ଓ ପରିମଳ ମିଶନ, କେନ୍ଦୁଝର ପକ୍ଷରୁ ହାଟଡିହି ବ୍ଲକ ପରିସରରେ ସଫେଇ ମିତ୍ରଙ୍କ ସୁରକ୍ଷା ଓ ସମ୍ମାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ ଏହି ଶିବିରରେ ସଫେଇ କର୍ମଚାରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଆରସି କାର୍ତ୍ତିକ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ହାଟଡିହି ବ୍ଲକର ଏବିଡିଓ ରଶ୍ମିରେଖା ନାୟକ ଯୋଗଦେଇ ସଫେଇ କର୍ମଚାରୀମାନେ ଦୈନନ୍ଦିନ କାର୍ଯ୍ୟ ସମୟରେ କିପରି ନିଜର ସୁରକ୍ଷା ପ୍ରତି ଯତ୍ନବାନ ହେବେ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସମାଜକୁ ସ୍ୱଚ୍ଛ ରଖିବାରେ ସଫେଇ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସଫେଇ ମିତ୍ର ମାନଙ୍କୁ ହେଲମେଟ ଓ ପୋଷାକ ବଣ୍ଟନ କରାଯାଇଥିବା ବେଳେ  ଡାକ୍ତର ବିକାଶ ପ୍ରସାଦ ଓ ଡାକ୍ତର ଅଭିଲିପ୍ସା ଶଙ୍ଖୁଆଙ୍କ ଦ୍ୱାରା ଉପସ୍ଥିତ ସଫେଇ ମିତ୍ରମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶିବିରରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଫେଇ କର୍ମଚାରୀ ଓ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ