ହାଇସ୍କୁଲରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ

ଧାମନଗର (ଓ୍ବାଇଏନଏସ): ପିଏମଶ୍ରୀ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସମୀର କୁମାର ଗୋସ୍ୱାମୀଙ୍କ ତତ୍ତ୍ୱାବଧାନରେ ଗାନ୍ଧୀଜୀ ଓ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ ସହ ଦୁଇ ମହାନ ଜନନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଶୁକ୍ରବାର ଏନସିସି ଶିକ୍ଷକ ବଟକୃଷ୍ଣ ପଣ୍ଡାଙ୍କ ସଂଚାଳନାରେ “ସ୍ଵଚ୍ଛତା ହିଁ ସେବା”ସ୍ୱଚ୍ଛ ଓ ସୁସ୍ଥ ଧାମନଗର ବାର୍ତ୍ତା ନେଇ ଏନସିସି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ହାଇସ୍କୁଲ ଠାରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ସଚେତନତା ଶୋଭାଯାତ୍ରା ବାହାରି ଧାମନଗର ମେଡ଼ିକାଲ ପର୍ଯ୍ୟନ୍ତ ପହଞ୍ଚି ସେଠାରେ ଜନସ୍ୱାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ପଣ୍ଡାଙ୍କ ସହଯୋଗରେ ଡାକ୍ତରଖାନା ପରିସରକୁ ସଫେଇ କରାଯିବା ସହ ପରିବେଶକୁ ପରିଷ୍କାର ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ସ୍ଵଚ୍ଛତା କେବଳ ଗୋଟିଏ ଦିନର ନୁହେଁ ଏହାକୁ ଦୈନନ୍ଦିନ ଜୀବନର ଅଂଶ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା। ସ୍ଵଚ୍ଛତାରେ ସହଭାଗିତା,ସ୍ୱଚ୍ଛ ଭାରତ,ବିକଶିତ ଭାରତ’ ବାର୍ଭା ଦେଇ ଧାମନଗରକୁ ସ୍ୱଚ୍ଛ,ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ଏନସିସି ଶିକ୍ଷକ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ। ଏଥିରେ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଭାସ୍କର ଚନ୍ଦ୍ର ଦାସ,ଅଭିମନ୍ୟୁ ଶଙ୍ଖୁଆ,ଶେଖ ମହମ୍ମଦ ହନିଫ,ଶୁଭମ ମଲ୍ଲିକ,ଶକ୍ତି ରଞ୍ଜନ ହୁମ,ପୁର୍ଣିମା ଲେଙ୍କା,ତପସ୍ୱୀନି ତ୍ରିପାଠୀ,ପ୍ରମୋଦ ଦାସ,ସନାତନ ସାହୁ,ଲିପିକା ମହାନ୍ତି,ସସ୍ମିତା ଦାସ,କିରାଣୀ ମନୋରଞ୍ଜନ ବସ୍ତିଆ,ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ପ୍ରାଣବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।(

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ