ଆମ ଲୋକକଳା ଆମ ଅସ୍ମିତା କାର୍ଯ୍ୟକ୍ରମ
ଧାମନଗର (ଓ୍ବାଇଏନଏସ): ଧାମନଗର ମାଟି ପାଇଁ ଗୌରବ ଆଣିଲେ-ଗୁରୁଶ୍ରୀ ସୁବାସ ମଲ୍ଲିକ ଗୋଟେ ଜାତିର ପରିଚୟ ତାର ଲୋକକଳା ଓ ଲୋକ ସଂସ୍କୃତି ଅଟେ।ଯାହା ସେ’ ଜାତିର ଅସ୍ମିତାକୁ ବୁଝାଏ। ସେହି ଅବଲୁପ୍ତ ପ୍ରାୟ ଲୋକକଳାର ପୁନରୁଦ୍ଧାର ତଥା କଳାକାର ମାନଙ୍କୁ ପ୍ରୋତ୍ସାହନ ଦେବା ପରିପ୍ରେକ୍ଷୀରେ ଓଡ଼ିଆ,ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସୌଜନ୍ୟରୁ ଗତକାଲି ଅକ୍ଟୋବର ୨ ତାରିଖରେ ଭୁବନେଶ୍ଵର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ “ଲୋକରଞନୀ” ଓ “ଆମ ଲୋକକଳା ଆମ ଅସ୍ମିତା” କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୩୦ଟି ବିରଳ ଲୋକକଳାର ସମୁହ ପ୍ରଦର୍ଶନ ହୋଇଥିଲା। ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାରୁ ଓଡିଶା ସଂଗୀତ ନାଟକ ଏକାଡ଼େମୀ ସମ୍ମାନ ପ୍ରାପ୍ତ ଗୁରୁଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଲୋକବାଦ୍ୟ ଯୋଡିନାଗରା ପରିବେଷିତ ହୋଇ ଜିଲ୍ଲାର ଗୌରବ ବୃଦ୍ଧି ହୋଇ ପାରିଚିଛି। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଦ୍ବାରା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଯୋଡ଼ିନାଗରା,ଲୋକରଞ୍ଜନୀ,ଆମ କଳା ଆମ ଅସ୍ମିତା କାର୍ଯ୍ୟକ୍ରମ ସକାଳ ୧୦ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଧାମନଗର ମାଟିର ସନ୍ତାନ ଲୋକକଳାର ମୁଖ୍ୟ ଗୁରୁଶ୍ରୀ ସୁବାଷ ମଲ୍ଲିକଙ୍କୁ ମାନପତ୍ର,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମନ୍ତ୍ରୀ ଶ୍ରୀ ସୁରଜ ସମ୍ବର୍ଦ୍ଧିତ କରିବା ସହ କିଛି ବିରଳ ପ୍ରଦର୍ଶନମାନ ଦେଖି ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କରାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଅନ୍ୟ ମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ବାବୁସିଂ,ଅତିରିକ୍ତ ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ,ସଙ୍ଗୀତ ନାଟକ ଏକାଡେମୀ ସଚିବ ଡଃ ଚନ୍ଦ୍ରଶେଖର ହୋତା,ସଂସ୍କାର ଭାରତୀର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା,ଏସସିବି ମେଡିକାଲ କଲେଜର ହୃଦରୋଗର ପ୍ରଫେସର ଡ.ଜ୍ଯୋତିମୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ।(


