ଟାଟା ଏସଇଜେଡ୍ ପରିସରରେ ଘରୋଇ କମ୍ପାନୀରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ

ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ଏସଇଜେଡ୍ ପରିସରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସିଏ ହେଲେ ପଶ୍ଚିମବଙ୍ଗ ରାଜ୍ୟର ଦେବାଦାସ ମାହାତୋ (୫୭)। ସିଏ ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମରେ ଏକ ଭଡାରେ ରହୁଥିଲେ। କମ୍ପାନୀରେ କାର୍ଯ୍ଯରତ ଥିବା ବେଳେ ଅସୁସ୍ଥତା ଅନୁଭବ କରି ସେଠାରେ ସେ ଟଳିପଡ଼ିଲେ। ତାଙ୍କୁ ତୁରନ୍ତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଆଣିବା ପରେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଥାନାରେ ଅଭିଯୋଗ ପରେ କେସ ନଂ ୧୮/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ