ତେଲୁଗୁ ନବବର୍ଷ ଉଗାଦି ପାଳିତ

ଛତ୍ରପୁର : ରିଡିଙ୍ଗ୍ରୁମ ଠାରେ ତେଲୁଗୁ ନବବର୍ଷ ଉଗାଦି ମହାସମାରୋହରେ ପାଳିତ ହୋଇଯାଇଛିା ଏଥିରେ ମୁଖ୍ୟ ଅତିଥୀଭାବେ ମାଣ୍ଡାକାପା କାମାଶାସ୍ତ୍ରୀ , ସମ୍ମାନୀତ ଅତିଥୀ ଭାବେ ଶଙ୍କର ନେତ୍ରାୟଳର ଟ୍ରଷ୍ଟି ଏସ୍. ବିଶ୍ୱନାଥନ୍ ଯୋଗଦେଇ ତେଲୁଗୁ ନବବର୍ଷ ଉଗାଦି ଉପରେ ନିଜନିଜର ବକ୍ତବ୍ୟ ରଖିଥିଲେ । ତେଲୁଗୁ କଲଚରଲ ଏସୋସିଏସନ ସଭାପତି ଟି.ଭେଙ୍କଟ କ୍ରିାଷ୍ଣାୟା ଓ ସଂପାଦକ ଭି.ଏସ.ଆର ମୃର୍ତି ତେଲୁଗୁ ନବ ବର୍ଷ ଦୀର୍ଘ ବର୍ଷ ହେଲା ଛତ୍ରପୁର ଠାରେ ପାଳିତ ହେଉଥିବା ପ୍ରକାଶ କରିଥିଲେ । ଜେ.ହରିପାଲ ଶାସ୍ତ୍ରୀ ନବବର୍ଷରେ ତେଲୁଗୁ ପାଞ୍ଜି ପାଠ କରି ଶୁଣାଇଥିଲେ । ଏହି ଅବସରରେ ନିଉଡିଏଭି ସ୍କୁଲ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଅଙ୍କିତା ରଥ ଓ ତାଙ୍କ ଟିମ୍ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଏସୋସିଏସନ ପକ୍ଷରୁ ବହୁ ମାନ୍ୟଗଣ୍ୟ ପୁରୁଷ ଓ ମହିଳାଙ୍କୁ ଉପଢୈକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲ।। ସମସ୍ତ କାର୍ଯ୍ୟକ୍ରମ ଆଇନଜିବୀ ତଥା ଶଙ୍କରନେତ୍ରାଳୟର ଉପଦେଷ୍ଟା ବି.ଶ୍ରୀନିବାସ ରାଓ, ସମାଜସେବୀ ଏ.ରାବଣା ରାଓ , ଏନ୍.ରାମବାବୁ, କାଳିଆ ବେହେରାଙ୍କ ସମେତ ଏସୋସିଏସନର ବହୁ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ