ପାରିବାରିକ ହିଂସା : ୬ ଆହତ, ୨ ମହିଳା ଗୁରୁତର

ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଚିକିଟି  ବ୍ଳକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସା କାରଣରୁ ଦୁଇ  ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି । ପରକୀୟା ପ୍ରିତୀ କୁ ନେଇ ଘଟିଥିବା ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ପରିବାରର ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗ୍ରାମର ସୁକାନ୍ତି ସେଠୀ , ସବିତା ସେଠୀ ଏବଂ ସୂର୍ଯ୍ୟ ସେଠୀ ଗୁରୁତର ଆହତ ହୋଇଛନ୍ତି।ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସା ଚାଲିଛି।ସୋମବାର ରାତି ପ୍ରାୟ ସାଢେ ୯ ଟାରେ ଉଭୟ ପରିବାର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏନେଇ ଉଭୟ ପକ୍ଷ  ଏତଲା ଦେବା ପରେ କେ.ନୂଆଗାଁ ଆଇଆଇସି ବିଶ୍ୱଜିତ ନାୟକ ଥାନା ମାମଲା ନଂ.୨୨୧/୨୬ ଏବଂ ୨୨୨/୨୬ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରି ହାଡ଼ି ସେଠୀ, ସିମାଞ୍ଚଳ ସେଠୀ,ସୂର୍ଯ୍ୟ ସେଠୀ ଏବଂ ଅପର ଗୋଷ୍ଠୀ ର ବୁଡ଼ୁ ସେଠୀ,ସନ୍ତୋଷ ସେଠୀ ଙ୍କୁ ଗିରଫ କରି ପାତ୍ରପୁର କୋର୍ଟ କୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଉଭୟ ଗୋଷ୍ଠୀର ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଉଭୟ ଗୋଷ୍ଠୀ ର ୨ ଅଭିଯୁକ୍ତ ଙ୍କ ନିକଟରୁ ପୋଲିସ ଆକ୍ରମଣରେ ବ୍ୟବହୃତ ଏକ କାତି ଓ ଛୁରୀ ଜବତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ