ଜିଲ୍ଲା ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ-୨୦୨୬

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ପିଏମଶ୍ରୀ ଇଛାପୁର ହାଇସ୍କୁଲ ପରିସରରେ ଜିଲ୍ଲା ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସଙ୍କଳ୍ପ ଓ ସିଦ୍ଧି ଯୋଗୁଁ ବିଦ୍ୟାଳୟ ର କୁନି କୁନି ପିଲାମାନେ ଆଗକୁ ବଢିବା ପାଇଁ ଏହି ପ୍ରତିଯୋଗିତା ଏକ ସୁଯୋଗ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସେବା ସଙ୍କଳ୍ପ ଅଭିଯାନ ବିକଶିତ ଭାରତର ପିଲାମାନଙ୍କ ପାଇଁ ଏକ ସୁନ୍ଦର ପଦକ୍ଷେପ। ଯାହା ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଦେବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୧୭ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯାଉଛି ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ଦେଶ ସେବା କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଅଭିମନ୍ୟୁ ଗୋଛାୟତ ଓ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବାରିକ ତାଙ୍କ ଅଭିଭାଷଣରେ ପରିଶ୍ରମ,ଶୃଙ୍ଖଳା, ତ୍ୟାଗ ଓ ରାଷ୍ଟ୍ରପ୍ରତି ସମର୍ପିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ। ପଦ ହେଉଛି ଦାୟିତ୍ୱ ସମ୍ମାନ ନୁହେଁ। ସେବା ହେଉଛି ସୈାଭାଗ୍ୟ। ତେଣୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରି ଆଗାମୀ ଭବିଷ୍ୟତମାନଙ୍କୁ ଗଢନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଇଛାପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣୀ ଦାଶ ବିଦ୍ୟାଳୟର କେତେକ ସମସ୍ୟା ପ୍ରତି ମୁଖ୍ୟଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଅନନ୍ତ କୁମାର ପରିଡା ଅତିଥି ପରିଚୟ, ନିଳାଦ୍ରୀ ପାଇଟାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନନ୍ତାର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଆଦିକନ୍ଦ ସାହୁ ଛାତ୍ରଛାତ୍ରୀମାନଙ୍କ ସହ ସ୍ୱାଗତ ସଂଗୀତ ଗାନ କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ କୁମାର ପରିଡା, ଶିକ୍ଷକ ଭାଗିରଥି ମହାନ୍ତି, ଶିବନାରାୟଣ ମହାନ୍ତି, ବିଷ୍ଣୁ ଚରଣ ସ୍ୱାଇଁଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ