କଲ୍ୟାଣସିଂହପୁର ବନ୍ଦ ଡାକରା ଆଂଶିକ ପ୍ରଭାବ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): କଲ୍ୟାଣସିଂହପୁର ରାଜ୍ୟରେ ଇଣ୍ଡିଆ ଗଠ ବନ୍ଧନ ପକ୍ଷରୁ ଡାକରା ଦେଇଥିବା ବନ୍ଦ ଡାକରା କଲ୍ୟାଣସିଂହପୁର ବ୍ଲକରେ ସେତତା ଦେଖିବାକୁ ମିଳିନି। ରାୟଗଡା ଜିଲ୍ଲାରେ କଂଗ୍ରେସର ଗଡ଼ ବଳୁଥିବା ବେଳେ ଲୋକେ ସତ ପ୍ରଭୂତ ଭାବେ ସମର୍ଥନ କରୁନଥିବାରୁ ଦେଖିବାକୁ ମିଳିଛି। କିଛି ଲୋକଙ୍କ ଭୟରେ ସଦର ମହାକୁମା ଓ ଶିକର ପାଇ ଠାରେ ଦୋକାନ ବଜାର ବନ୍ଦ ରଖିଥିବା ବେଳେ ଗାଡି ମଟର ବନ୍ଦ ରହିଥିଲା। ଗ୍ରାମାଞ୍ଚଳରେ ଦୋକାନ ବଜାର ଖୋଲାରେ ବେପାର ବଣିଜ ଚାଲୁଥିବା ବେଳେ ଯାନ ବାହାନ ଚାଲୁଥିଵା ଦେଖିବାକୁ ମିଳିଥିଲା। କଲ୍ୟାଣସିଂହପୁର ଓ ଶିକର ପାଇ ସଦରର ମୁଖ୍ୟ ଛକ ଠାରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରି ପିକେଟିଙ୍ଗ କରିଥିବା ବେଳେ ଅନ୍ୟ କୋୖଣସି ସ୍ଥାନରେ ପିକେଟିଙ୍ଗ ଦେଖିବାକୁ ମିଳି ନଥିଲା। ରାଜ୍ୟରେ ଏମେମଡି ଆକ୍ଟ, ପାଠ୍ୟ ପୁସ୍ତକରେ ଭୁଲ,ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଓ ରାଜ୍ୟର ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦେଇଥିଲେ ଇଣ୍ଡିଆ ମେଣ୍ଟ।ଏହି କାର୍ଯ୍ୟକ୍ରମ ରେ ବ୍ଲକ କଂଗ୍ରେସ ସଭାପତି ସିଏଚ ନାଗେଶ୍ୱର ରାଓ, ଏମପି ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟାଙ୍କ ସମତେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।


