ଓଡିଶା ବନ୍ଦର ପ୍ରଭାବ : ଦୋକାନ ବଜାର ବନ୍ଦ, ଯାନବାହାନ ଚଳାଚଳ ଠପ୍
ବନ୍ତ,(ଚାନ୍ଦିନୀ ମହାନ୍ତି): ଇଣ୍ଡିଆ ବ୍ଲକ ଆହ୍ୱାନରେ ଆଜି ବନ୍ତ ବ୍ଲକରେ ସିପିଆଇ, କଂଗ୍ରେସ ଓ ସିପିଆଇଏମ ପକ୍ଷରୁ ଓଡିଶା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି। ଏମଏମଡିଆର ସଂଶୋଧନ ଆଇନ -୨୦୨୬ ରଦ୍ଧ କରିବା, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିବା, ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟସ୍ତ ପାଇଁ ଗଣ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଏବଂ ବନ୍ୟା ପ୍ରଭାବିତ ଜନଗଣଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଆଦି ପ୍ରମୁଖ ଦାବୀ ନେଇ ଏହି ବନ୍ଦ ପାଳନ କରାଯାଇଥିଲା। ବନ୍ତ ଥାନା ଛକ ଠାରେ ସିପିଆଇ ଜୋନ ସମ୍ପାଦକ ଗୋପବନ୍ଧୁ ସେଠୀଙ୍କ ନେତୃତ୍ୱରେ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବନ୍ତ ଶାଖା ସମ୍ପାଦକ ନିରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ଜେନା, ଜୋନ ସହ ସମ୍ପାଦକ ଅରବିନ୍ଦ ବିଶ୍ୱାଳ, ପଧାନପଡା ସମିତି ସଭ୍ୟା ପ୍ରତିନିଧି ଦୁଲ୍ଲା ଖାଁ, ବିଷ୍ଣୁ ଚରଣ ଜେନା, କମଳାକାନ୍ତ ଜେନା, କିଶୋର ବେହେରା, ପଦ୍ମନାଭ ସ୍ବାଇଁ, ପର୍ଶୁରାମ ସ୍ୱାଇଁ, ଜୟନ୍ତ ଜେନା, ରାଜୀବ ଖିଲାରଙ୍କ ସମେତ ଶତାଧିକ ସାଥୀ ସମର୍ଥକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ କରିବା ସହିତ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିଥିଲେ। ପରେ ବରିଷ୍ଠ ନେତୃତ୍ୱ ଓ କର୍ମୀ ମାନେ ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଦପ୍ତର, ବ୍ୟାଙ୍କ ଏବଂ ଦୋକାନ ଗୁଡିକ ପରିକ୍ରମା କରି ବନ୍ଦ କରାଇଥିଲେ। ସେହିପରି ଏହି ବନ୍ଦ ପାଳନ ଫଳରେ ଭଦ୍ରକ – ଆନନ୍ଦପୁର ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହି ଥିବା ବେଳେ ଆମ୍ବୁଲାନ୍ସ ଏବଂ ଚିକିତ୍ସା ପାଇଁ ଯାଉଥିବା ରୋଗୀ ମାନଙ୍କୁ ଯିବାକୁ ଦିଆ ଯାଇଥିଲା। ସେହିପରି ଥାନା ଛକ ଓ କେନ୍ଦୁଆପଦା ଛକରେ ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହର ମୋହନ ବେହେରା, ବ୍ଲକ କଂଗ୍ରେସ ଉପ ସଭାପତି ନିରଞ୍ଜନ ମଲ୍ଲିକ, ପୂର୍ବତନ ସରପଞ୍ଚ ସେକ ମୁସ୍ତାକ ଅଲ୍ଲୀ, ଯୁବ ନେତା ଜ୍ୟୋତି ରଞ୍ଜନ ନାୟକ, ସନ୍ଦୀପ କୁମାର ଜେନାଙ୍କ ସମେତ ଶତାଧିକ କର୍ମୀ ବନ୍ଦ ପାଳନରେ ସାମିଲ ଥିଲେ। କେନ୍ଦୁଆପଦା ଛକରେ ସିଆଇଟିୟୁ ପକ୍ଷରୁ ଶ୍ରମିକ ନେତା ମହେଶ୍ୱର ନାୟକ, ସିପିଆଇଏମ ପକ୍ଷରୁ ଯୁବ ଆଇନଜୀବି ପ୍ରତାପ ସେଠୀ, ଦାମୋଦର ଜେନା, ଅନିରୁଦ୍ଧ ଜେନାଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ। ବନ୍ତ-କେନ୍ଦୁଆପଦା ରାସ୍ତାର ନିଳୋକ ବଜାରରେ ମଣିଭଦ୍ର ବିଶ୍ୱାଳ, ସନାତନ ନାୟକ, ନୃସିଂହ ଚରଣ ଦାଶ, ସଂଗ୍ରାମ ଦାଶ, ଅଜୟ ପଣ୍ଡା ପ୍ରମୁଖ ବନ୍ଦ ପାଳନରେ ସାମିଲ ଥିଲେ। ସେହିପରି ବ୍ଲକର ବିଭିନ୍ନ ବଜାର ଅଞ୍ଚଳରେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିବା ଜଣାଯାଇଛି। ତେବେ ଏହି ବନ୍ଦ ପାଳନ ସକାଳ ୬ରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଦେଖା ଯାଇଥିଲା।


