ପାରଳାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବଢ଼ି ଚାଲିଛି ଭକ୍ତମାନଙ୍କ ସହଯୋଗର ହାତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ମନ୍ଦିର ନିର୍ମାଣ ପାଇଁ ବହୁ ଭକ୍ତ ନିଜନିଜକୁ ବିଭିନ୍ନ ଭାବେ ସାମିଲ କରି ମନ୍ଦିର ନିର୍ମାଣରେ ସହାଭାଗିତାର ହାତ ବଢ଼ାଇ ଚାଲିଛନ୍ତି. ପାରଳା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପିକା ସରସ୍ବତୀ ପଟ୍ଟନାୟକ ତାଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକ ସ୍ମରଣାର୍ଥେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ 50 ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି. ଅଧ୍ୟାପିକା ସରସ୍ବତୀ ପଟ୍ଟନାୟକ ଏଥି ପୂର୍ବରୁ ମଧ୍ୟ ନିଜ ବାପାଙ୍କ ସ୍ମରଣାର୍ଥେ ପ୍ରତେକ ବର୍ଷ ନୂତନ ମନ୍ଦିର ନିର୍ମାଣ ପାଇଁ ଏହିପରି ଭାବେ ଅର୍ଥ ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାଭାଗୀତା ହୋଇଆସୁଛନ୍ତି. ସେହିପରି ପାରଳାଖେମୁଣ୍ଡି ସହରର ଏନ.ଦେବୀପ୍ରସାଦ ନୂତନ ମନ୍ଦିର ନିର୍ମାଣ ପାଇଁ 10,116 ଅର୍ଥ ରାଶି, ପାରଳା ସହର ଦାମୋଦର ବିହାର ନିବାସୀ ଅର୍ଚ୍ଚନା ବାରିକ, ତୃପ୍ତି ପାଳ ମିଳିତ ଭାବେ 10,111 ଏବଂ ପାରଳା ସହର ଉପକଣ୍ଠରେ ଥିବା ବ୍ରାହ୍ମଣ ସୀତାପୁର ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ 11,111ଟଙ୍କା ପ୍ରଦାନ କରି  ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ସାମିଲ ହୋଇ ସହଭାଗିତା ହୋଇପାରିଛନ୍ତି. ପାରଳା ସହରରେ ନିର୍ମାଣ ଆଗେଇ ଚାଲିଥିବା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ଉପରୋକ୍ତ ଭକ୍ତମାନେ ସେମାନଙ୍କୁ ସାମିଲ କରି ମନ୍ଦିର ନିର୍ମାଣରେ ସହାଭାଗୀ ହୋଇଥିବାରୁ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଦୁର୍ଗା ମାଧବ ପାଣିଗ୍ରାହୀ, ଇ. ତିରୁପତି ପାତ୍ର, ଶ୍ରୀମତୀ ନିବେଦିତା ରଥ, ମନମୋହନ ରାଜଗୁରୁ, ସୁଶୀଳ କୁମାର ପଣ୍ଡା ପ୍ରମୁଖ ସେମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ