କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ କେ.ନୂଆଁପଲ୍ଲୀ କ୍ଳଷ୍ଟର ପକ୍ଷରୁ କେ.ରାୟସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କେ.ରାୟସିଂହପୁର ବାଉରୀବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମ ପଞ୍ଚୟତର କେ.ରାୟସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ରାୟସିଂହପୁର ବାଉରୀବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା କେ.ନୂଆଁପଲ୍ଲୀ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ର ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ଜୟସେନ ସ୍ୱାଇଁ, ପ୍ରାକ୍ତନ ସିଆର୍‍ସିସି ସତ୍ୟ ନାରାୟଣ ସେଠୀ, ପ୍ରଧାନଶିକ୍ଷକ ସରୋଜକାନ୍ତ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀପ୍ରିୟା ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ସାହୁ, ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ଆଚାରୀ ଏବଂ ସୁନିତା ନାୟକ, ସମିତି ସଭ୍ୟା ରୀତା ଜେନା ପ୍ରମୁଖ ଯୋଗଦେଇ ଏହି ଶିଶୁମହୋତ୍ସବ ସୁରଭି ୨୦୨୬ ପାଳନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗୁତୁତ୍ୱାରୋପ କରି ବଣମଲ୍ଲୀ ବଣରେ ନ ମଉଳି ପ୍ରସ୍ପୁଟିତ ହେବାକୁ ଆହ୍ୱାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ଲକ୍ଷରେ ଆୟୋଜିତ ହୋଇଥିବା ଏହି ଶିଶୁ କାର୍ଯ୍ୟକ୍ରମ ପିଲାଙ୍କ ପ୍ରତିଭାକୁ ବିକଶିତ କରିବାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କେ.ନୂଆଁପଲ୍ଲୀ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବକ୍ତୃତା, ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ, ସୃଜନଶୀଳ ଲେଖନ, ଶ୍ରୁତଲିଖନ, ଗୀତ, ସାଧାରଣ ଜ୍ଞାନ, ନୃତ୍ୟ ଇତ୍ୟାଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ଅବସରରେ ଅନୁଷ୍ଠିତ କେତେକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ଗୋଷ୍ଠୀଗତ ନୃତ୍ୟ ପ୍ରତିଯୋଗିତାରେ ଆକର୍ଷଣୀୟ ତଥା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ଉପସ୍ଥିତ ସଚେତନ ନାଗରିକ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମନ ମୋହିଥିବା ଦେଖିବାକୁ ମିଳିଥିଲା । କେ.ନୁଆଁପଲ୍ଲୀ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ କିଛି ଦିନ ପରେ ଆସିକା ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଥିବା ଜଣାପଡିଛି । ଆସିକା ଶିକ୍ଷାବ୍ୟିଭାଗର ପରାମର୍ଶକ୍ରମେ କେ.ନୂଆଁପଲ୍ଲୀ କ୍ଳଷ୍ଟର ପକ୍ଷରୁ ଅନୁଷ୍ଠିତ ହୋଇଥିବା ଶିଶୁ ମହୋତ୍ସବ ସୁୁରଭି-୨୦୨୬କୁ ସୁପରିଚାଳନା କରିବା ଦିଗରେ ସହକାରୀ ଶିକ୍ଷକ ସୁଶାନ୍ତ କୁମାର ହୋତା, ଗଙ୍ଗାଧର ମିଶ୍ର, କୃଷ୍ଣଚନ୍ଦ୍ର ବେହେରା, ଉଷାରାଣୀ ବେବର୍ତ୍ତା, ସୁମିତ୍ରା ଦଶ, ଗାୟତ୍ରୀ ବିଶ୍ୱାଳ, ରଶ୍ମିତା ବେହେରା, ତାରିଣୀ କୁମାରୀ ରଥ. ପ୍ରସନ୍ନ କୁମାର ଜେନା, ନିବେଦିତା ନାୟକ, ଅନ୍ତାକ୍ଷରୀ ଜେନା, ରୋଶନ୍‍ ପ୍ରଧାନ, ବନିତା ନାୟକ, ରବିନ୍ଦ୍ର ନାୟକ, ଶିବନୀ ସେଠୀ, ସୂର୍ଯ୍ୟନାରାୟଣ ବେହେରା, ସୋନାଲୀ ପାଢୀ, ପିଙ୍କି କୁମାରୀ ଡଙ୍ଗଡଙ୍ଗ୍‍, ରବିନ୍ଦ୍ରନାଥ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ଏହି କେ.ନୂଆଁପଲ୍ଲୀ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ପ୍ରତିଯୋଗିତା ପାଳନ କାର୍ଯ୍ୟକ୍ରମରେ କ୍ଳଷ୍ଟର ଅଧୀନସ୍ଥ ୧୩ଟି ବିଭିନ୍ନ ବିଦ୍ୟାଳୟର ଶତାଧୀକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରତିଭା ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ