ଆରିୟନ୍‍ ପବ୍ଳିକ ସ୍କୁଲରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍): ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ରୋକିବା ଓ ଟ୍ରାଫିକ୍ ନିୟମ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଏବଂ ନାବାଳକଙ୍କ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ସଂପର୍କିତ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଭଂଜନଗର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଆରିୟନ୍‍ ପବ୍ଳିକ୍‍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟର କନିଷ୍ଠ ଏମ୍‍ଭିଆଇ ସୁବାଶିଷ୍‍ ମହାରଣା, ଏଟିଏସ୍‍ଆଇ ଏସ୍‍କେ ଅଂସୁଦ୍ଦିନ୍‍, କନିଷ୍ଠ କିରାଣୀ ଅମିତ୍‍ କୁମାର ମହାନ୍ତି, ଶିକ୍ଷାନୁଷ୍ଠାନର ପ୍ରଶାସନିକ ମୁଖ୍ୟ ଦୀପ୍‍ ଗମ୍ଭୀର, ଅଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ଅଭିନିତ୍‍ ଗମ୍ଭୀର, ଶିକ୍ଷକ କେ.ସୂର୍ଯ୍ୟ ନାରାୟଣ ଆଚାରୀ ଓ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ଶ୍ରୀକାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ନାବାଳକ ମାନଙ୍କ ଗାଡି ଚାଳନା ରୋକିବା ଉପରେ ଅଭିଭାବକ ମାନେ ଯତ୍ନବାନ୍ ହେବାକୁ ଆହ୍ନାନ କରିବା ଦୁଇଚକିଆ ଯାନ ଚଳାଇବା ସମୟରେ ହେଲ୍‌ମେଟ୍ ବ୍ୟବହାର କରିବା ଓ ଚାରିଚକିଆ ଯାନରେ ବସିବା ସମୟରେ ସିଟ୍ ବେଲ୍‌ଟ୍ ପରିଧାନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚାଳନା ସମୟରେ ମୋବାଇଲରେ କଥା ନହେବା, ଦୁଇଚକିଆ ଯାନରେ ତିନିଜଣ ନ ବସିବା, ଦୃତ ଗତିରେ ଗାଡି ନ ଚଳାଇବା, ଓଭର୍‍ଟେକ୍‍ ନକରିବା ଆଦି ବିଷୟରେ ସଚେତନ କରିଥିବା ଳକ୍ଷ୍ୟ କରାଯାଇଥିଲା। ଆସିକା ନିକଟସ୍ଥ ଆରିୟନ୍‍ ପବ୍ଳିକ ସ୍କୁଲରେ ଅନୁଷ୍ଠିତ ହୋଇଥିବା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ପରିବହନ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ