ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ୨୦ ଜଣ ମହିଳାଙ୍କୁ ନାରୀ ଶକ୍ତି ସମ୍ମାନ
ବ୍ରହ୍ମପୁର(ଓ୍ବାଇଏନଏସ): ଶାରଦୀୟ ଦୁର୍ଗା ପୂଜା ଅବସରରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ର ମିଳିତ ସହଯୋଗରେ ୨୦ ଜଣ ମହିଳାଙ୍କୁ ନାରୀ ଶକ୍ତି ସମ୍ମାନ ପ୍ରଦାନ କରାଯାଇଛି । ହୋଟେଲ୍ ମୋତି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ା ଐଶ୍ୱର୍ଯ୍ୟା ବିଶ୍ଵାଳ ଯୋଗ ଦେଇ ମହିଳା ସଶକ୍ତିକରଣ ଉପରେ ନିଜର ମତ ଉପସ୍ଥାପନ କରିବା ସହ ରାଜ୍ୟ ସରକାରଙ୍କ ତରଫରୁ ମହିଳା ମାନଙ୍କ ଲାଗି ରହିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କ ରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳାମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜା ନନ୍ଦ ବିଶ୍ଵାଳ ଅଧ୍ୟକ୍ଷତା କରି ଏପରି କାଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମହିଳା ମାନେ ନିଜକୁ ଅବଳା ନଭାବି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ କହିଥିଲେ ।ସମ୍ମାନୀତ ଅତିଥି ଭାବେ କର୍ପୋରେଟର୍ ବନିତା ସାହୁ ଉପସ୍ଥିତ ରହି ମହିଳା ମାନଙ୍କୁ ନିଜ ବକ୍ତବ୍ୟରେ ଉତ୍ସାହିତ କରିଥିଲେ ।ଶେଷରେ ମହିଳାମୋର୍ଚ୍ଚା ସାଧାରଣ ସଂପାଦିକା ମୋନିକା ପ୍ରହରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସୂଚନା ଯୋଗ୍ୟ ଏଠାରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହାନଗର ଓ ଜିଲ୍ଲାର ମହିଳା ମାନଙ୍କୁ ଏପରି ଶକ୍ତି ସମ୍ମାନ ପ୍ରଦାନ କରାଯାଇଥିଲା । ଡାକ୍ତର ଙ୍କ ଠାରୁ ଆରମ୍ଭ କରି ସମାଜସେବୀକା, ଲେଖିକା, କଣ୍ଠଶିଳ୍ପୀ , ସିଲେଇ କରି ଜୀବିକା ନିର୍ବାହ କରୁଥିବା ମହିଳା ,କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମହିଳା ଙ୍କ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମହିଳାଙ୍କୁ ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମହିଳା ମାନଙ୍କ ଙ୍କ ପ୍ରତି ରହିଥିବା ସମ୍ମାନ ଉଦ୍ଦେଶ୍ୟରେ ଏହି ସମ୍ମାନ ଉତ୍ସବ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ତରଫର ଗୀତା ଦାଶ, ରୀନା ମହାରଣା,ରଞ୍ଜିତ 7ଡାକୁଆ ସୁଜାତା 7ଷଢ଼ଙ୍ଗୀ, ସସ୍ମିତା ବିଶ୍ବାଳ, ଲୁହାଝର ସରପଞ୍ଚ କମଳା ରେଡ୍ଡୀ ଓ ମମତା ରଣା ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।ପ୍ରାରମ୍ଭରେ ନୃତ୍ୟ ଓ ସଙ୍ଗୀତ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ସମସ୍ତ କଳାକାର ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ସାମ୍ୱାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର୍ ସାହୁ, ସଂଯୋଜିକା ରଶ୍ମୀତା ଦଳାଇ ଓ କଣ୍ଠଶିଳ୍ପୀ ମଧୁସ୍ମିତା ଦାସ ପ୍ରମୁଖ ସାଂସ୍କୃତିକ କାଯ୍ୟକ୍ରମ ପରିଚାଳନା କରିଥିଲେ ।


