ରାମନାଗୁଡ଼ାରେ ଧୁମ୍‌ଧାମରେ ରାବଣପୋଡ଼ି ଉତ୍ସବ

ରାମନାଗୁଡ଼ା (ୱାଇଏନଏସ): ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ମିନି ଷ୍ଟାଡିୟମଠାରେ ପବିତ୍ର ବିଜୟାଦଶମୀ ଅବସରରେ ରାବଣପୋଡ଼ି ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଦେଖିବା ପାଇଁ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିବାରୁ ମିନି ଷ୍ଟାଡିୟମ ଜନସମୁଦ୍ରରେ ପରିଣତ ହୋଇଥିଲା। ଏହି ଅବସରରେ ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକ ଏବଂ ରାମନାଗୁଡ଼ାର ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ରାବଣପୋଡ଼ି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମେ ଦୁର୍ଗାପୂଜା ମଣ୍ଡପରେ ରାମ, ଲକ୍ଷ୍ମଣ ଓ ବାନର ସେନାଙ୍କ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସମ୍ପନ୍ନ କରିବା ପରେ ବିରାଟ ପଟୁଆରରେ ରାବଣପୋଡ଼ି ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ପୁନର୍ବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ଏସ୍‌ଡିପିଓ ଶ୍ରୀ ନାୟକ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ। ଏହାପରେ ବିଭିନ୍ନ ପ୍ରକାର ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।
ମା’ ସେରାବାଲି ୟୁଥ୍‌ କ୍ଲବ ପକ୍ଷରୁ ଦୁର୍ଗାପୂଜାର ଆୟୋଜନ କରାଯାଇଥିଲା। ଚଳିତବର୍ଷ ଦୁର୍ଗାପୂଜା ୨୨ ବର୍ଷରେ ପଦାର୍ପଣ କରିଥିବା ବେଳେ ଗତ ୬ ବର୍ଷ ଧରି ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଥିବା ପୂଜା କମିଟିର ସଦସ୍ୟମାନେ ସୂଚନା ଦେଇଛନ୍ତି। ଦର୍ଶକଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ସବ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା  ପାଇଁ  ମାଜିଷ୍ଟ୍ରେଟ ରୂପେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଓ ରାମନାଗୁଡ଼ା ଥାନା ଅଧିକାରୀ କରିଣବାଲା ସାମଲ  ଉପସ୍ଥିତ ରହିଥିଲେ। ଏଥିସହ ଗୁମୁଡ଼ା ଦମକଳ ବାହିନୀ ଓ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ