କେନ୍ଦ୍ରାପଡା ଡିଷ୍ଟିକ୍ଟ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମ ପଞ୍ଚାୟତର ଲୁଣା ନଦୀ ପୋଲ ନିକଟସ୍ଥ କଳପଡା ଛକରେ ଅବସ୍ଥିତ କେନ୍ଦ୍ରାପଡା ଡିଷ୍ଟିକ୍ଟ ବୋଇତ ବନ୍ଦାଣ ସମିତି କଳପଡା ଠାରେ ବୋଇତ ବନ୍ଦାଣ ଉତ୍ସବ ୨୦୨୬ ଓ କାର୍ତ୍ତିର୍କେଶ୍ୱର ପୂଜା କେଉଁ ପ୍ରକାରରେ ପାଳନ କରାଯିବ ସେଥିପାଇଁ ନୂତନ ପରିଚାଳନା ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ ସମିତି ସଦସ୍ୟ ମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି। ଉକ୍ତ ବୈଠକରେ କଳପଡା ପଞ୍ଚାୟତର ଗ୍ରାମବାସୀବୃନ୍ଦଙ୍କ ସମେତ ୧୦ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ୮ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ରଶ୍ମିରଞ୍ଜନ ରାଉତ ଯୋଗଦାନ କରିଥିଲେ । ଉକ୍ତ ଅଧିବେଶନରେ ନୂତନ ଭାବେ ମନୋନିତ ସଭାପତି କୈଳାସ ଚନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିଲେ। ସେ ତାଙ୍କ ସ୍ୱାଗତ ଅଭିଭାଷଣରେ କମିଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସମେତ ସମସ୍ତ ସଦସ୍ୟ ଓ ଆସିଥିବା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ବୋଇତ ବନ୍ଦାଣ ସମିତିର ସଂପାଦକ ନିହାରରଞ୍ଜନ ନାୟକ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଶିବପ୍ରସାଦ ସାହାଣୀ ବୋଇତ ବନ୍ଦାଣ ସମିତିର ଅସୁବିଧା ସମ୍ପର୍କରେ ସଭାରେ ଆଲୋଚନା କରିଥିଲେ । ଉପସଭାପତି ଜଗନ୍ନାଥ ସ୍ୱାଇଁ କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ଜମିଜମା ରେକର୍ଡ ସମ୍ବନ୍ଧରେ ଆଲୋକ ପାତ କରିଥିଲେ । ସଭାରେ ଉପସ୍ଥିତ ଜିଲ୍ଲା ପରିଷଦ ସଦସ୍ୟ ରଶ୍ମି ରଞ୍ଜନ ରାଉତ ମଣ୍ଡପର ପାଣି ଟାଙ୍କି ଓ ଦୁଇଟି ଶୌଚାଳୟ ପାଇଁ ଅନୁଦାନ ଆସିଥିବା କଥା ସଂକ୍ଷେପରେ ଅଭିଭାଷଣ ରଖିଥିଲେ । ଉପସ୍ଥିତ ଥିବା ବଛରାଇ ପଞ୍ଚାୟତର ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଓ ସମ୍ବାଦର ବରିଷ୍ଠ ପ୍ରତିନିଧି ମାଧବାନନ୍ଦ ନାୟକ ତାଙ୍କ ଅଭିଭାଷଣରେ ଏ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ଉତ୍ସବରେ ସବୁ ବ୍ଲକର ଅଧ୍ୟକ୍ଷଙ୍କୁ ଯୋଗଦାନ ସମ୍ପର୍କରେ ମତ ରଖିଥିଲେ । ସଭାପତି ତାଙ୍କ ଅଭିଭାଷଣରେ ଏ ବର୍ଷ ୨୦୨୬ର ବୋଇତ ବନ୍ଦାଣ ଉତ୍ସବ ଓ କାର୍ତ୍ତିକେଶ୍ୱର ପୂଜା କିପରି ମହାଆଡମ୍ବରରେ ଓ ଶୃଙ୍ଖଳାରେ କରାଯାଇପାରିବ ସେଥିପାଇଁ ସେ ସମସ୍ତ ପୁରାତନ ସଭ୍ୟ ଓ ନୂତନ ସଭ୍ୟ ଓ ଗ୍ରାମବାସୀ ମାନଙ୍କର ସହଯୋଗ କାମନା କରିଥିଲେ । ଯୁବ ଗୋଷ୍ଠୀର ଉଦ୍ୟକ୍ତା ସରୋଜ କାନ୍ତ ରାଉତ, ଗଣେଶ ସାହାଣୀ, ସରୋଜ କାନ୍ତ ସ୍ୱାଇଁ, ଦେବଦତ୍ତସ୍ୱାଇଁ, ସଦ୍ଧାର୍ଥ ଶଙ୍କର ସାହଣୀ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗନ୍ଧର୍ବ ଚରଣ ଓଝା, ମନମୋହନ ସାମଲ, ଉମେଶ ଚନ୍ଦ୍ର ସ୍ୱାଇଁ, ନନ୍ଦ କିଶୋର ନାୟକ, ବଂଶୀଧର ସାମଲ,ଚିନ୍ମୟ ପ୍ରସାଦ ଦାସ, ସ୍ୱରାଜ ମଲ୍ଲିକ, ଭାରତୀ ସାମଲ, ସୁହାଶିନୀ ସ୍ୱାଇଁ, ମିନତୀ ସ୍ୱାଇଁ, ଲିଟଲ ସ୍ୱାଇଁ, ମନୋଜ କୁମାର ସାହୁ, ସତ୍ୟବ୍ରତ ନାୟକ, ଦିଲ୍ଲିପ କୁମାର ନାୟକ, ପଦ୍ମ ଲୋଚନ ବରାଳ, ଅଜାମ୍ବର ସାମଲ, ସତ୍ୟରଞ୍ଜନ ପ୍ରଧାନ, ଅଭିଜିତ୍ ସ୍ୱାଇଁ, କୁମା ସାହୁ, ଗୈରାଙ୍ଗ ଚରଣ ମହାନ୍ତି, ଶ୍ରୀନିବାସ ସ୍ୱାଇଁ, ବିଚିତ୍ର ନାୟକ, ସାହିଲ ସ୍ୱାଇଁ, ବିଶ୍ୱନାଥ ନାୟକ, ପ୍ରମୋଦ କୁମାର ସ୍ୱାଇଁ, ଭବାନୀ ଶଙ୍କର ସ୍ୱାଇଁ, ସୈାମ୍ୟ ରଞ୍ଜନ ପ୍ରଧାନ, ଶିବ ପ୍ରସାଦ ଜେନା ଓ କୈଳାସ ଚନ୍ଦ୍ର ପରିଡା ପ୍ରମୁଖ ସହଯୋଗ ପୂର୍ବକ ଉପସ୍ଥିତ ଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦିଆଯାଇ ସଭା ସାଙ୍ଗ କରାଗଲା ।


