ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ତଦାରଖ ଓ ସମନ୍ୱୟକୁ ଗୁରୁତ୍ୱ

ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ-୨୦୨୬’ପ୍ରଭାବ ରେ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ଏଥିପାଇଁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ ଜଣ ଓଏଏସ୍‌/ଓଆରଏସ୍‌ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାରେ ଜରୁରୀକାଳୀନ ଭିତ୍ତିରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି। ନିୟୋଜିତ ଅଧିକାରୀମାନେ ତୁରନ୍ତ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ କରିବେ। ଜିଲ୍ଲାରେ ରିଲିଫ୍, ପୁନରୁଦ୍ଧାର ଓ ବିପର୍ଯ୍ୟୟ ପରବର୍ତ୍ତୀ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ନିୟୋଜନ ଜାରି ରହିବ ବୋଲି ବିଭାଗୀୟ ନିର୍ଦ୍ଦେଶରେ ଦର୍ଶାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ