ଅଷ୍ଟମ ବାଟାଲିୟନ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଓ ନଶାମୁକ୍ତି ସଚେତନତା
ଛତ୍ରପୁର, (ଓ୍ବାଇଏନଏସ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଓ ‘ନଶାମୁକ୍ତ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ବାଟାଲିୟନର ଅଧିକାରୀ ଓ ଯବାନମାନେ ସାମୂହିକ ଭାବେ ଦୌଡ଼ରେ ସାମିଲ ହୋଇ ଜାତୀୟ ଏକତା, ଭାଇଚାରା ଓ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ଏଥିସହ ନିଶାଦ୍ରବ୍ୟର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରି ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସ, ଡେପୁଟି କମାଣ୍ଡାଣ୍ଟ ଯଶୋବନ୍ତ ସେଠୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପବିତ୍ର ମୋହନ ମୁଣ୍ଡା, ଇନ୍ସପେକ୍ଟର ଏସ୍. ଯୁଧିଷ୍ଠିର ରେଡ୍ଡୀ, ଇନ୍ସପେକ୍ଟର ଏ. ତ୍ରିଲୋଚନ ବେହେରା, ଇନ୍ସପେକ୍ଟର ଏ. ସୁବ୍ରଜିତ ରଙ୍ଗରାଜନଙ୍କ ସମେତ ଅଷ୍ଟମ ବାଟାଲିୟନର ଅଧିକାରୀ, ଯବାନ ଓ କର୍ମଚାରୀମାନେ ଯୋଗଦେଇଥିଲେ।


