ମା”ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଧାମନଗର (ଓ୍ବାଇଏନଏସ) : ଧାମନଗର ମାଟିର ଜଣେ ଯୋଗ୍ୟ ସନ୍ତାନ ବିଭିନ୍ନ ଅନୁଷ୍ଠାନ ପ୍ରେମୀ,ମା”ଗଜଲକ୍ଷ୍ମୀ ପୂଜା କମିଟିର ସକ୍ରିୟ ସଭ୍ୟ ଭାବେ ବହୁ ଦିନ ଧରି ରହିଥିଲେ। ଉଦୀୟମାନ ବ୍ୟକ୍ତି ସମସ୍ତଙ୍କର ପ୍ରିୟ ସଞ୍ଜିବ କୁମାର ମଲ୍ଲିକ(ବାପୁ) ୩୯ଙ୍କ ଅକାଳ ବିୟୋଗ ଘଟିଛି। ଏତେ କମ୍ ବୟସରେ ତାଙ୍କର ଏଭଳି ଅକାଳ ବିୟୋଗ କେବଳ ତାଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଇଁ ନୁହେଁ,ବରଂ ସମଗ୍ର ଧାମନଗର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି। ଏହି ଦୁଖଦ ଖବର ପ୍ରକାଶ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତୁମ ଚିରସ୍ମରଣୀୟୁ ଜୀବନର ଯାତ୍ରା ଶେଷ ହୋଇଗଲା।କିନ୍ତୁ ତୁମ ସ୍ମୃତି କେବେ ଶେଷ ହେବ ନାହିଁ। ଏହି ଉଦ୍ଦେଶ୍ୟରେ ସୋମବାର ସନ୍ଧ୍ୟା ବେଳେ ମା”ଗଜଲକ୍ଷ୍ମୀ ପୂଜାକମିଟି ପକ୍ଷରୁ କମିଟି ସଭାପତି ଲକ୍ଷ୍ମୀଧର ବେହେରାଙ୍କ ଆହ୍ୱାନ କ୍ରମେ ପୂଜା ମଣ୍ଡଳ ଠାରୁ ଏକ ନୀରବ କେନଣ୍ଡଲ ଶୋଭାଯାତ୍ରା ବାହାରି ମେଡିକାଲ ବଜାର,ବଡ଼ ବଜାର ଛକ ପରିକ୍ରମା କରି ସାନ ବଜାର ସ୍ଥିତ ବିଜୁ ପଟ୍ଟନାୟକ ଛକରେ ସ୍ୱର୍ଗତ ସଞ୍ଜୀବ କୁମାର ମଲ୍ଲିକ ବାପୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଅମର ଆତ୍ମାର ସଦଗତ କାମନା କରି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ସ୍ୱାଇଁ,ସୁରେନ୍ଦ୍ର କୁମାର ଜେନା,ସୁଶାନ୍ତ କୁମାର ରାଉତ,କୁମାରେଶ ଖିଲାର,ବିଜୟ କୁମାର ରାମ,ମାନସ ମହାପାତ୍ର,ଲକ୍ଷଣ ନାୟକ,ଅସିତ ଜେନା,ରମେଶ ଜେନା,ରାଜେଶ ବେହେରା,ସରୋଜ ଧଳ,ପ୍ରମୋଦ ସ୍ୱାଇଁ,ଦୀପକ କୁମାର ରାମ,ବିଶ୍ୱଜିତ ବାରିକ,ବିଶ୍ୱଜିତ ସାହୁ,ଧିରେନ କରଙ୍କ ସମେତ ବହୁ ଯୁବକ ଏଥିରେ ସାମିଲ ହୋଇଥିଲେ।


