ଗଜଲକ୍ଷ୍ମୀ ପୂଜାରେ ନଗର କଂଗ୍ରେସ ପକ୍ଷରୁ ସେବାକାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଐତିହାସିକ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ନଗର କଂଗ୍ରେସ ପକ୍ଷରୁ ସହରର ବିଭିନ୍ନ ପୂଜା ମଣ୍ଡପରେ ସେବାକାର୍ଯ୍ୟ କରାଯିବା ସହ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ନଗର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଏକାଠି ହୋଇ ଏହି ସେବା ମନୋଭାବ ପୋଷଣ କରିଥିଲେ। ନଗର ସଭାପତି ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ା ସହରର ପ୍ରତ୍ୟେକ ଗଜଲକ୍ଷ୍ମୀ ମେଢ଼ ବୁଲି ଦର୍ଶନ କରିବା ସହ ମା’ଙ୍କ ନିକଟରେ ମୁଣ୍ଡ ଟେକି ଜିଲ୍ଲା ତଥା ରାଜ୍ୟର ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିସହିତ ପୂଜା କାର୍ଯ୍ୟର ସୁପରିଚାଳନା ନିମନ୍ତେ ଦଳ ପକ୍ଷରୁ ମା’ଙ୍କ ପୂଜା ଉଦ୍ଦେଶ୍ୟରେ ବିଭିନ୍ନ କମିଟିକୁ ଆର୍ôଥକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ପୂଜା ସମୟରେ ଶ୍ରଦ୍ଧାଳୁ ତଥା ଦର୍ଶକମାନଙ୍କ ସୁବିଧା ପାଇଁ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ, ପିସିସି ପଛୁଆବର୍ଗ ସାଧାରଣ ସମ୍ପାଦକ ବେଣୁଧର ସାହୁ ଏବଂ ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଭାଗୀରଥି ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏହା ବ୍ୟତୀତ ଗୋପାଳ ମହାରଣା, ରଞ୍ଜନ ରାଉତ, ସେକ୍ ଜଲ୍ଲାଉଦ୍ଦିନ, ଭୁବନମୋହନ ଭୋଇ ଓ ପ୍ରଭାତ ରାଉତଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ ନେତା ତଥା କର୍ମୀ ଏହି ସେବାକାର୍ଯ୍ୟରେ ସାମିଲ ହୋଇଥିଲେ।ଉତ୍ସବ ସମୟରେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଏଭଳି ସାମାଜିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହେବା ଏବଂ ପୂଜା କମିଟି ଗୁଡ଼ିକୁ ସହଯୋଗର ହାତ ବଢ଼ାଇବା ନଗର କଂଗ୍ରେସର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମହଲରେ ଚର୍ଚ୍ଚା ହୋଇଛି।


