ବାଲେଶ୍ୱର ର।ଣୀପାଟଣା ଦୃଷ୍ଟିବାଧିତ ବିଦ୍ୟାଳୟ ପାରା ଜୁଡୋରେ ରାଜ୍ୟ ଚାମ୍ପିୟନ୍

ବାଲେଶ୍ୱର,(ସରୋଜ ପଣ୍ଡା): ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପସ୍ଥିତ ମନେଟ୍ ପବ୍ଲିକ୍ ସ୍କୁଲ୍‌ଠାରେ ଅନୁଷ୍ଠିତ ୩ୟ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚାମ୍ପିୟନସିପ୍ (୨୦୨୬-୨୭)ରେ ବାଲେଶ୍ୱର ର।ଣୀପାଟଣାସ୍ଥିତ ଦୃଷ୍ଟିବାଧିତ ନିମନ୍ତେ ବିଦ୍ୟାଳୟ ଅଭୂତପୂର୍ବ ସଫଳତା ହାସଲ କରି ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ସଂଗଠନ ଓ ‘ବୀର କଳିଙ୍ଗ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ମୋଟ ୨୧ଟି ଜିଲ୍ଲାରୁ ପାଖାପାଖି ୨୫୦ ଜଣ ଦୃଷ୍ଟିବାଧିତ ଓ ପାରା-କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ର।ଣୀପାଟଣା ଦୃଷ୍ଟିବାଧିତ ବିଦ୍ୟାଳୟରୁ ମୋଟ ୧୭ ଜଣ ପ୍ରତିଭାବାନ୍ ଛାତ୍ରଛାତ୍ରୀ ଭାଗନେଇ ୧୪ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ଟି କାଂସ୍ୟ ପଦକ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେବା ସହ ସମଗ୍ର ଜିଲ୍ଲାର ସୁନାମ ଓ ସମ୍ମାନକୁ ଆହୁରି ଦ୍ୱିଗୁଣିତ କରି ଚାମ୍ପିୟନସିପ୍ ଟ୍ରଫି ନିଜ ନାମରେ କରିଛନ୍ତି। ଏହି ଆକର୍ଷଣୀୟ ସଫଳତା ପରେ ବିଦ୍ୟାଳୟ ର ନିର୍ଦ୍ଦେଶକ, ଶିକ୍ଷକ-ଶିକ୍ଷୟିତ୍ରୀ, କ୍ରୀଡ଼ା ପ୍ରଶିକ୍ଷକ ଓ ଅଭିଭାବକମାନେ ସମସ୍ତ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ