ବନ୍ୟା କ୍ଷତିଗ୍ରସ୍ତ ଧାନଜମି ବୁଲି ଦେଖିଲେ ଜିଲ୍ଲାପାଳ

ଛତ୍ରପୁର,(ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏହି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ଆଜି କ୍ଷତିଗ୍ରସ୍ତ ଧାନଜମି ପରିଦର୍ଶନ କରିଛନ୍ତି।   ଛତ୍ରପୁର ତହସିଲ ଅନ୍ତର୍ଗତ ବଉଳଗାଁ ଓ ବରଙ୍ଗ ଅଞ୍ଚଳରେ ବନ୍ୟାଜଳରେ ବୁଡ଼ି ରହିଥିବା ଧାନଜମି, ବାଲିଚର ମାଡ଼ି ଯାଇଥିବା ଚାଷଜମି ଏବଂ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଥିବା କ୍ଷେତ୍ରକୁ ଜିଲ୍ଲାପାଳ ବୁଲି ଦେଖିଥିଲେ। ଏଥିସହିତ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଚାଷୀଙ୍କ କ୍ଷୟକ୍ଷତିର ସଠିକ୍ ଆକଳନ କରି ଯଥାଶୀଘ୍ର ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ ଛତ୍ରପୁର ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ କ୍ଷତିଗ୍ରସ୍ତ ଚାଷଜମିର ଆକଳନ ପାଇଁ ତହସିଲ କାର୍ଯ୍ୟାଳୟ, ବୈଷୟିକ ଟିମ୍ ଓ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଚାଷୀମାନଙ୍କୁ ଯେପରି ତ୍ୱରିତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ମିଳିପାରିବ, ସେଥିପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ପରିଦର୍ଶନ ସମୟରେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତିଙ୍କ ସମେତ କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ