ସୁରଙ୍ଗୀ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରସଙ୍ଘ ପକ୍ଷରୁ ରିଲିଫ ବଣ୍ଟନ
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଅର୍ଣ୍ଣବ ବାତ୍ୟାରେ ପ୍ରଭାବିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁରଙ୍ଗୀ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରସଙ୍ଘ ପକ୍ଷରୁ ରିଲିଫ ବଣ୍ଟନ ଜାରି ରହିଛି। ଶୁକ୍ରବାର ଦିନ ସଙ୍ଘର ସଦସ୍ୟମାନେ ଆସିକା ବ୍ଲକର ନବରତ୍ନପୁର ଗ୍ରାମରେ ଅର୍ଣ୍ଣବ ବାତ୍ୟାରେ ପ୍ରଭାବିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁରଙ୍ଗୀ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରସଙ୍ଘ ପକ୍ଷରୁ ରିଲିଫ ବଣ୍ଟନ ଜାରି ରହିଛି। ଶୁକ୍ରବାର ଦିନ ସଙ୍ଘର ସଦସ୍ୟମାନେ ଆସିକା ବ୍ଲକର ନବରତ୍ନପୁର ଗ୍ରାମରେ ପ୍ରାୟ ୫୦୦ ପରିବାରର ପାଖାପାଖି ୨୦୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଓ ପିଇବା ପାଣି ବାଣ୍ଟିଥିଲେ। ସେହି ଗ୍ରାମର ପ୍ରାୟ ୪୦ଟି କ୍ଷତିଗ୍ରସ୍ତ ପରିବାରକୁ ପୋଷାକ ବି ବଣ୍ଟାଯାଇଥିଲା। ଏଥିପୂର୍ବରୁ ବୁଧବାର ଦିନ ସୋରଡା ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ସୁରମଣି ଓ ନୂଆଗଡରେ ଏହି ସଙ୍ଘ ପ୍ରାୟ ୧୪୦୦ ପରିବାରକୁ ଶୁଖିଲା ଖାଦ୍ୟ ଓ ପିଇବା ପାଣି ବଣ୍ଟନ କରିଥିଲେ। ଗୁଡିପଲ୍ଲୀ ବାସିନ୍ଦାଙ୍କ ପାଇଁ ତିନି ଦିନ ସକାଶେ ପାନୀୟ ଜଳ ଟ୍ୟାଙ୍କର ବ୍ୟବସ୍ଥା ବି କରିଥିଲା ସଙ୍ଘ। ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରସଙ୍ଘ ଏହି ରିଲିଫ କାର୍ଯ୍ୟ ରବିବାର ଦିନ ଧରାକୋଟ ବ୍ଲକର ଜାହାଡା ଗ୍ରାମରୁ ଆରମ୍ଭ କରି ପ୍ରାୟ ୧୫୦୦ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେଇଥିଲେ। ଇତିମଧ୍ୟରେ ଜିଲ୍ଲା ଅଗ୍ନିଶମ ବାହିନୀଙ୍କ ପାଇଁ ମଧ୍ୟ ସଙ୍ଘ ପକ୍ଷରୁ ୨୦୦୦ପାଣି ବୋତଲ ଯୋଗାଇ ଦିଆଯାଇଛି। ଏହି ରିଲିଫ କାର୍ଯ୍ୟରେ ଗୋବରାର ଏକ ଯୁବକସଙ୍ଘ ସହଯୋଗ କରୁଛି। ସୁରଙ୍ଗୀସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବଛାବଛା ମେଧାବୀ ଛାତ୍ରଛାତ୍ରୀ ପଢିଥାନ୍ତି। ଦୁର୍ବିପାକ ସମୟରେ ନିଜ ଜିଲ୍ଲାର ବନ୍ୟା ବିପନ୍ନଙ୍କ ପ୍ରତି ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଇଥିବାରୁ ପୁରାତନ ଛାତ୍ରସଙ୍ଘ ପ୍ରତି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଆଗକୁ ମଧ୍ୟ ଏହି ରିଲିଫ କାର୍ଯ୍ୟ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି l ଲୋକଙ୍କୁ ରନ୍ଧାଖାଦ୍ୟ ଓ ପିଇବା ପାଣି ବାଣ୍ଟିଥିଲେ। ସେହି ଗ୍ରାମର ପ୍ରାୟ ୪୦ଟି କ୍ଷତିଗ୍ରସ୍ତ ପରିବାରକୁ ପୋଷାକ ବି ବଣ୍ଟାଯାଇଥିଲା। ଏଥିପୂର୍ବରୁ ବୁଧବାର ଦିନ ସୋରଡା ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ସୁରମଣି ଓ ନୂଆଗଡରେ ଏହି ସଙ୍ଘ ପ୍ରାୟ ୧୪୦୦ ପରିବାରକୁ ଶୁଖିଲା ଖାଦ୍ୟ ଓ ପିଇବା ପାଣି ବଣ୍ଟନ କରିଥିଲେ। ଗୁଡିପଲ୍ଲୀ ବାସିନ୍ଦାଙ୍କ ପାଇଁ ତିନି ଦିନ ସକାଶେ ପାନୀୟ ଜଳ ଟ୍ୟାଙ୍କର ବ୍ୟବସ୍ଥା ବି କରିଥିଲା ସଙ୍ଘ। ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରସଙ୍ଘ ଏହି ରିଲିଫ କାର୍ଯ୍ୟ ରବିବାର ଦିନ ଧରାକୋଟ ବ୍ଲକର ଜାହାଡା ଗ୍ରାମରୁ ଆରମ୍ଭ କରି ପ୍ରାୟ ୧୫୦୦ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେଇଥିଲେ। ଇତିମଧ୍ୟରେ ଜିଲ୍ଲା ଅଗ୍ନିଶମ ବାହିନୀଙ୍କ ପାଇଁ ମଧ୍ୟ ସଙ୍ଘ ପକ୍ଷରୁ ୨୦୦୦ପାଣି ବୋତଲ ଯୋଗାଇ ଦିଆଯାଇଛି। ଏହି ରିଲିଫ କାର୍ଯ୍ୟରେ ଗୋବରାର ଏକ ଯୁବକସଙ୍ଘ ସହଯୋଗ କରୁଛି। ସୁରଙ୍ଗୀସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବଛାବଛା ମେଧାବୀ ଛାତ୍ରଛାତ୍ରୀ ପଢିଥାନ୍ତି। ଦୁର୍ବିପାକ ସମୟରେ ନିଜ ଜିଲ୍ଲାର ବନ୍ୟା ବିପନ୍ନଙ୍କ ପ୍ରତି ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଇଥିବାରୁ ପୁରାତନ ଛାତ୍ରସଙ୍ଘ ପ୍ରତି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଆଗକୁ ମଧ୍ୟ ଏହି ରିଲିଫ କାର୍ଯ୍ୟ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି l


