ମହାନ ଅକ୍ଟୋବର ସମାଜବାଦୀ ରୁଷ ବିପ୍ଳବ ଦିବସ

ଛତ୍ରପୁର, (ଓ୍ବାଇଏନଏସ): ମହାନ ଅକ୍ଟୋବର ସମାଜବାଦୀ ରୁଷ ବିପ୍ଳବ ଦିବସ ଅବସରରେ କ୍ଷମତା ଓ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ସଂକଳ୍ପ ଦିବସ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ପାଳିତ ହୋଇଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଛତ୍ରପୁର ଜୋନାଲ କମିଟି ପକ୍ଷରୁ ଆୟୋଜିତ ଏହି ସଭାରେ ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଯୋଗଦେଇ ମହାନ ରୁଷ ବିପ୍ଳବର ଐତିହାସିକ ଗୁରୁତ୍ୱ ଓ ଏହାର ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରମିକ ଓ କୃଷକଙ୍କ ଅଧିକାର ସୁରକ୍ଷା, ସାମାଜିକ ସମାନତା ପ୍ରତିଷ୍ଠା ଏବଂ ଶୋଷଣମୁକ୍ତ ସମାଜ ଗଠନ ଦିଗରେ ରୁଷ ବିପ୍ଳବର ଅବଦାନ ଅତୁଳନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ବର୍ତ୍ତମାନର ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ଜନସାଧାରଣଙ୍କ ମୌଳିକ ଅଧିକାର ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସଂଗ୍ରାମକୁ ଆହୁରି ଜୋରଦାର କରିବାକୁ ଉପସ୍ଥିତ ନେତା ଓ କର୍ମୀମାନେ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତା ଆଶିଷ କାନୁଗୋ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ କୁମାର ସେଠୀ, ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ସି.ଏଚ୍. ଜନାର୍ଦ୍ଦନ ରେଡ୍ଡୀ, ରାଜ୍ୟର ନାରୀନେତ୍ରୀ ଏନ୍. ଭାନୁମତୀ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ସହସମ୍ପାଦକ ଗୁରୁନାଥ ପ୍ରଧାନ, ଏସ୍. ତ୍ରିନାଥ ରେଡ୍ଡୀ, ଏନ୍. ସୁକାନ୍ତ ଆଚାରୀ ଓ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ