ବେଆଇନ ବାଣ ବିକ୍ରି ବେଳେ ପୋଲିସର ଚଢ଼ାଉ, ୫୦ହଜାର ଟଙ୍କାର ବାଣ ଜବଦ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନିର୍ଦେଶରେ ଶନିବାର ଛେନାପଦୀ ବଜାରରେ ବେଆଇନ ବାଣ ବିକ୍ରି ଉପରେ ଚଢ଼ାଉ କରାଯାଇ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ବାଣ ଜବଦ କରା ଯାଇଛି। ବେଆଇନ ବାଣ ବିକ୍ରି କରୁଥିବା ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି l ଏନେଇ ମାମଲା ନଂ ୩୯୭ ଏବଂ ୩୯୮/୨୦୨୬ ପଞ୍ଜିକରଣ ହୋଇଥିବା ବେଳେ ଉଭୟଙ୍କୁ ଥାନାରୁ ଜାମିନ ପ୍ରଦାନ କରାଯାଇଛି l ଚଢ଼ାଉରେ ଏସଆଇ ବିନିତା ଲାକ୍ରା,କଳିନ୍ଦ୍ର ପ୍ରଧାନ,ଏଏସଆଇ ଅନୁପ ଲୁଗୁନ, ଲକ୍ଷ୍ମୀପ୍ରିୟା ବଳ, ଅଜୟ ନାୟକ, ମହେଶ୍ୱର ଖୁଣ୍ଟିଆ, ଜିତେନ୍ଦ୍ର ଜେନା ପ୍ରମୁଖ ସାମିଲ ଥିଲେ।


