ନିଳମଣୀ ପତିଙ୍କ ସ୍ମୃତିଚାରଣ ସଭା

ବନ୍ତ ,(ଓ୍ବାଇଏନଏସ) : ଭଣ୍ଡାରିପୋଖରୀ ବ୍ଲକ ନାଆମି ପଞ୍ଚାୟତ ରଘୁନାଥପୁର ଶାସନର ସ୍ୱର୍ଗତ ନିଳମଣୀ ପତିଙ୍କ ଦ୍ୱାଦଶାହ କ୍ରିୟା ଅବସରରେ ସ୍ମୃତି ଚାରଣ ସଭା ଅନୁୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ସାହିତ୍ୟିକ ହରିଶ୍ଚନ୍ଦ୍ର ଜେନା ସ୍ମୃତି ସଭାକୁ ପୌରହିତ୍ୟ କରିଥିଲେ । ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ, ଗୀତିକାର କୃଷ୍ଣଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ବାସୁଦେବ ନାୟକ, ପର୍ଶୁରାମ ମାଝୀ, କବି ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷାବିତ୍ ତଥା ସମାଜସେବୀ ନାରାୟଣ ଚନ୍ଦ୍ର ସାମଲ, ପ୍ରାକ୍ତନ ଜିଲାଶିକ୍ଷାଧିକାରୀ ପଦ୍ମଲୋଚନ ଦାସ, ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ସୁମତି କୁମାରୀ ସାହୁ, ସାମ୍ବାଦିକ ହେମନ୍ତ ସିଂହ, ଅଧ୍ୟାପିକା ପ୍ରତିମା ସାହୁ, ସମାଜସେବୀ ଶିବନାରାୟଣ ବିଶ୍ୱାଳ, ଗାୟକ ହରିହର ପାଣିଗ୍ରାହୀ, ଭାଗବତ ଦାସ, ଗଣେଶ କର, ଡଃ. ଦେବାଶିଷ ପତି, ସ୍ୱୟଂପ୍ରକାଶ ପତି ପ୍ରମୁଖ ସ୍ୱର୍ଗତ ନିଳମଣୀଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ‘ରାଧାଧନ ନିଳମଣୀ’ ସ୍ମୃତି ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ଅନନ୍ୟା ଅନନ୍ଦିତା ପତିଙ୍କ ମଞ୍ଚ ସଂଯୋଜନାରେ ରବିନ୍ଦ୍ର କୁମାର ପାଣିଗ୍ରାହୀ, ଶୁଭାଶିଷ ପତି, କୃପାସିନ୍ଧୁ ପତି, ବିଜୟ ପଣ୍ଡା, ଶ୍ୟାମସୁନ୍ଦର ପଣ୍ଡା, ସୁପ୍ରିୟା ପଣ୍ଡା,ବିଷ୍ଣୁପ୍ରିୟା ମହାପାତ୍ର, ଦିପ୍ତୀରେଖା ମହାପାତ୍ର, ସଙ୍ଗୀତା ଦାଶ, ପ୍ରେମଲତା ପଣ୍ଡା, ସଙ୍ଗୀତା ଚୌଧୁରୀ, ଲକ୍ଷ୍ମୀପ୍ରିୟା ପତି, କୁମୁଦ ପତି, ଦେବାଶିଷ ପତି, ଓମପ୍ରକାଶ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ