ଭକ୍ତିମୟ ପରିବେଶରେ ହରପାର୍ବତୀ ପୂଜା ସମ୍ପନ୍ନ

​ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଞ୍ଚାୟତର  ଫଳପୁର ଠାରେ ଚଳିତ ବର୍ଷ ମଧ୍ୟ ବେଶ୍ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶରେ ହରପାର୍ବତୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଗ୍ରାମର ଏହି ପ୍ରସିଦ୍ଧ ପୂଜା ପରମ୍ପରାକୁ ଚଳିତ ବର୍ଷ ୪୨ ବର୍ଷ ପୂରିଛି। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସିଥିବା ଏହି ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ଓ ଉତ୍ସବମୁଖର ବାତାବରଣ ଦେଖିବାକୁ ମିଳିଛି। ​ପ୍ରଥା ଓ ପରମ୍ପରା ଅନୁଯାୟୀ, ଦେବଦେବ ମହାଦେବ ଏବଂ ମାଆ ପାର୍ବତୀଙ୍କ ନୀତିକାନ୍ତି ଏବଂ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ମଣ୍ଡପରେ  ହୋମଯଜ୍ଞ ଏବଂ ବିଶେଷ ପୂଜାନୀତି ସମ୍ପନ୍ନ ହୋଇଥିଲା। ଗ୍ରାମର ସମସ୍ତ ବୟସ୍କ, ଯୁବକ ଏବଂ ମାଆମାନେ ଏହି ପୂଜାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟାରେ ଆଳତି ଓ ଭଜନ କୀର୍ତ୍ତନ ଦ୍ୱାରା ପରିବେଶ ଅଧିକ ପ୍ରକମ୍ପିତ ହୋଇଉଠିଥିଲା। ଗ୍ରାମର ଏହି ପୁରାତନ ତଥା ଗୌରବଜ୍ଜଳ ପୂଜା ପରମ୍ପରାକୁ ବଜାୟ ରଖିବାରେ ଗ୍ରାମବାସୀଙ୍କ ମିଳିତ ସହଯୋଗ ଓ ଆଧ୍ୟାତ୍ମିକ ଭାବନା ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏହି ମହୋତ୍ସବ ଦ୍ୱାରା ଗ୍ରାମରେ ଭାଇଚାରା ଏବଂ ସାମାଜିକ ଏକତା ଅଧିକ ସୁଦୃଢ଼ ହୋଇଛି ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି। ପ୍ରଦୀପ ମହାପାତ୍ର,ଦୀପ୍ତି ରଞ୍ଜନ ମହାପାତ୍ର,ନୀଳମଣି ପତି,ଚିକୁ ମହାପାତ୍ର,ସୋନୁ ମହାପାତ୍ର, ସତ୍ୟ ରଂଜନ ମହାପାତ୍ର,ଦିଲୀପ ସୁନ୍ଦରାୟ, ମାନସ ପାଢ଼ୀ,ରାଜୁ ପାଢ଼ୀ,ଦିପୁ ମହାପାତ୍ର,ସତ୍ୟ ରଂଜନ ପାଢ଼ୀ,ଦେବ ରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ,ଅତିଥି ଭାବେ ସରପଂଚ ସୀତା କାନ୍ତ ମିଶ୍ର,ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ବେହେରା,ସଞ୍ଜୀବ କୁମାର ସାହୁ, ସାମ୍ବାଦିକ ମନୋଜ ଦାସ,ସଞ୍ଜୀବ କୁମାର ମହାନ୍ତି,ବିଶ୍ୱ ଜିତ୍ ପଲାଇ,ସରୋଜ ସେଠୀ,ଅରଜିତି ରାଉଳ,ବିଦ୍ୟୁତ ମହାପାତ୍ର,ପ୍ରଦପ ବାରିକ ପ୍ରମୁଖ ଯୋଗ ଦେଇ ଶିଵ ପାର୍ବତୀ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।(

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ