ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମୋବାଇଲ୍ ଫୋନ୍ ବଣ୍ଟନ

ବାଲେଶ୍ବର(ସରୋଜ ପଣ୍ଡା): ଆଜି ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ପରିସରରେ ‘ଭିଜନ୍‌ ଏଡ୍‌ ଇଣ୍ଡିଆ’ ସଂସ୍ଥା ଆନୁକୂଲ୍ୟରେ ଦଶମ ଶ୍ରେଣୀର ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଫୋନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ଶିକ୍ଷା ମାଧ୍ୟମରେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାକୁ ଅଧିକ ସହଜ ଓ ଆତ୍ମନିର୍ଭରଶୀଳ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀଯୁକ୍ତ ତପନ ଖୁଣ୍ଟିଆ, ଓ.ଏ.ଏସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜହାତରେ ମୋବାଇଲ୍ ଫୋନ୍ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ‘ଭିଜନ୍‌ ଏଡ୍‌ ଇଣ୍ଡିଆ’ର ପ୍ରୋଗ୍ରାମ୍ ମ୍ୟାନେଜର ଶ୍ରୀ ଭୂପେନ୍ଦ୍ର ଛତରିଆ, ରୋଟାରୀଆନ କର୍ନେଲ ମହାପାତ୍ର, ଶ୍ରୀ ପଦାରବିନ୍ଦ ମହାପାତ୍ର, ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିବାକର ସ ଓ ବିଦ୍ୟାଳୟର ଆଇ. ସି, ଶ୍ରୀ ନବୀନ ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ ‘ଭିଜନ୍‌ ଏଡ୍‌ ଇଣ୍ଡିଆ’ ପକ୍ଷରୁ ଦୃଷ୍ଟିହୀନ ଶିଶୁମାନଙ୍କ ପାଇଁ ବିକଶିତ କରାଯାଇଥିବା ବିଭିନ୍ନ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମଞ୍ଚାସୀନ ଅତିଥିମାନେ ପ୍ରକାଶ କରିଥିଲେ ଯେ ଆଜିର ଡିଜିଟାଲ୍ ଯୁଗରେ ଏହି ପ୍ରଯୁକ୍ତିବିଦ୍ୟାର ସଠିକ୍ ବ୍ୟବହାର ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ପିଲାଙ୍କ ପରି ସମାନ ସୁଯୋଗ ଦେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଏକ ମାଇଲଖୁଣ୍ଟ ସାଜିବ। ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ