ମହାଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ପାଇକସାହିସ୍ଥିତ ମହାଲକ୍ଷ୍ମୀ ପୂଜା ପଡିଆ ଠାରେ ବିଜୁ ପଟ୍ଟନାୟକ ଯୁବ ସଂସଦ ଓ ମହାଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ମାର୍ଗଶିର ମାଣବସା ମହାଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ପୁରୋହିତ ଜଗବନ୍ଧୁ ପଣ୍ଡା ଓ ଶ୍ୟାମ ସୁନ୍ଦର ଦାସଙ୍କ ମିଳିତ ପୌରାହିତ୍ୟରେ ଅନୁଷ୍ଠିତ ଶୁଭଖୁଣ୍ଟି ସ୍ଥାପନ ପୂଜାରେ ପ୍ରଥମେ ବୈଦିକ ରୀତିନୀତି ଅନୁଯାଇ କଳସ ସ୍ଥାପନ କରିବା ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା l ପରେ ଶୁଭ ପକାଯାଉଥିବା ଖୁଣ୍ଟିକୁ ପୁରୋହିତ ନିକୁଞ୍ଜ ଶତପଥୀ ଓ ସଦାନନ୍ଦ ମହାପାତ୍ର ହଳଦୀ, ଚନ୍ଦନ,ସିନ୍ଦୁର ଲେପନ କରି ଶେଷରେ ଶୁଭଖୁଣ୍ଟିକୁ ସ୍ଥାପନ କରି ଆଳତୀ ଓ ପୁଷ୍ପାଞ୍ଜଳି ଦେଇ ପୂଜାର୍ଚ୍ଚନା କରିଥିଲେ l କର୍ତା ଭାବେ ଅରକ୍ଷିତ ମାର୍ଥାଙ୍କ ଦ୍ୱାରା ସଂକଳ୍ପ କରାଯାଇଥିବା ବେଳେ ପୁରହିତ ସୁରେଶ ରଥ, ଅଶୋକ କର,ସୁନୀଲ ଚୌଧୁରୀ,ସଙ୍କୁଆ ବାଲୁଲା ମାଳି ଓ ତରଣୀ ବେହେରା ପୂଜାରେ ସହଯୋଗ କରିଥିଲେ l ଚଳିତ ବର୍ଷ ଏହି ପୂଜା ୩୯ତମ ବର୍ଷରେ ପଦର୍ପଣ କରିବାକୁ ଯାଉଥିବା ବେଳେ ଆସନ୍ତା ଡିସେମ୍ବର ମାର୍ଗଶିର ମାସ ୧୦ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ଦିନ ଉଦଯାପନୀ ହେବ ଏବଂ ପୂଜା ସମୟରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର, ରାମଦୋଳି ଓ ଗଣନାଟ୍ୟର ଆୟୋଜନ ରହିଛି ବୋଲି କମିଟିର ଆବାହକ ପୂର୍ଣଚନ୍ଦ୍ର ଗୌଡ଼ ଓ ସଭାପତି ଅଜିତ ନାୟକ କାଳିଆ ସୂଚନା ଦେଇଛନ୍ତି। ଉକ୍ତ ଶୁଭଖୁଣ୍ଟି ସ୍ଥାପନ ପୂଜା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ଯୁବ ସଂସଦର ସଭାପତି ଚକ୍ରପାଣି ମାର୍ଥା,ପୂଜା କମିଟିର ଉପ ସଭାପତି ରମାକାନ୍ତ ମାର୍ଥା, ସମ୍ପାଦକ ଚନ୍ଦନ ସାହୁ ରିଣ୍ଟୁ,କୋଷାଧକ୍ଷ ଅମିତ ବାବୁ ପଟ୍ଟନାୟକ, ମୁକେଶ ମହାରଣା, ଉପଦେଷ୍ଟା ନନ୍ଦ କିଶୋର ପଟ୍ଟନାୟକ, ସୁଧାକର ମହାରଣା,ଭାରତ ବନ୍ଧୁ ନାୟକ, ବାଦଲ ବେହେରା,ପୂର୍ଣ୍ଣ ଆଚାରୀ, ଚନ୍ଦନ ଵାଲା ଦାସ,ରାକେଶ ବେହେରା,ରମେଶ ଗୌଡ଼,ରାକେଶ ଆନ୍ନା ମହାରଣା,ଶିବା ପଟେଲ, ଲୁଲୁ,ମୋନୁ, ମୁନା ମାର୍ଥା,ଖିରୋଜ ମାର୍ଥା,ଦେବରାଜ ବେହେରା,କାହ୍ନା ସାହୁ ପ୍ରମୁଖଙ୍କ ସମେତ ପୂଜା କମିଟି ଓ କ୍ଳବର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ