୩କୋଟି ଟଙ୍କା ଆତ୍ମସାତ ମାମଲା: ଶଶିକାନ୍ତ ଭିଜିଲାନ୍ସ ହାତରେ ଗିରଫ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ସରକାରୀ ତହବିଲରୁ କୋଟି କୋଟି ଟଙ୍କା ହଡ଼ପ କରି ଦୀର୍ଘ ଦିନ ଧରି ଫେରାର ଥିବା ଜଣେ ବରିଷ୍ଠ ସରକାରୀ କର୍ମଚାରୀ ଶେଷରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏଚ୍.ଆର.ଏମ୍.ଏସ୍ ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ୩ କୋଟି ୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣାଙ୍କୁ ଗିରଫ କରାଯାଇଛି। ଡିଜିଟାଲ୍ ଟ୍ରାକିଂ ସହାୟତାରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ଅନୁଗୁଳରୁ କାବୁ କରିବାରେ ସଫଳ ହୋଇଛି। ଆଜି ତାଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଉଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇଦିଆଯାଇଛି। ସୂଚନା ଅନୁଯାୟୀ, ସରକାରୀ ପାଣ୍ଠିରୁ ୩.୦୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ହେବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଥିଲା। ଏହି ଦୁର୍ନୀତି ପଦାକୁ ଆସିବା ପରଠାରୁ ଅଭିଯୁକ୍ତ ଶଶିକାନ୍ତ ରଣା ଗିରଫଦାରୀ ଏଡ଼ାଇବା ପାଇଁ ଫେରାର ହୋଇଯାଇଥିଲେ। ତେବେ ଭିଜିଲାନ୍ସର ବ୍ୟାପକ ତଦନ୍ତରୁ ଏହି ମହାଦୁର୍ନୀତିର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଶ୍ରୀ ରଣା ଲଗାତାର ଦୁଇଟି ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ସଂସ୍ଥା ଉପବିଭାଗର ଦାୟିତ୍ୱରେ ରହିଥିଲେ। କର୍ମଚାରୀଙ୍କ ଦରମା, ବକେୟା ପାଉଣା ଏବଂ ପେନସନ୍ ପ୍ରକ୍ରିୟାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବାର ସୁଯୋଗ ନେଇ ସେ ଅତି ଚତୁରତାର ସହ ସରକାରୀ ଅର୍ଥକୁ ନିଜ ପକେଟକୁ ନେଇଥିଲେ। ତଦନ୍ତ ରିପୋର୍ଟ ଅନୁଯାୟୀ, ସେ ରାଜକନିକା ବ୍ଲକରେ ୨୦୨୩ ଅଗଷ୍ଟ ୩୦ରୁ ୨୦୨୪ ସେପ୍େଟମ୍ବର ୪ ମଧ୍ୟରେ କାର୍ଯ୍ୟରତ ଥିବା ବେଳେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ଏବଂ ପରବର୍ତ୍ତୀ ସମୟରେ ଡେରାବିଶ ବ୍ଲକରେ ୨୦୨୫ ଜାନୁଆରୀ ୭ ରୁ ୨୦୨୫ ଅକ୍ଟୋବର ୧୩ ମଧ୍ୟରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ହଡ଼ପ କରିଥିଲେ। ଏହିପରି ଭାବେ ଦୁଇଟି ବ୍ଲକରୁ ସେ ମୋଟ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଥିବା ପ୍ରମାଣିତ ହୋଇଛି। ଅଭିଯୁକ୍ତ ଶଶିକାନ୍ତ ରଣା ଏଚ୍.ଆର.ଏମ୍.ଏସ୍ ପୋର୍ଟାଲର ଅପବ୍ୟବହାର କରି ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ଦରମା, ବକେୟା, ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ଏବଂ ପେନସନ୍ ବାବଦକୁ ଜାଲ୍ ଦାବି ପ୍ରସ୍ତୁତ କରୁଥିଲେ। ନିୟମ ଅନୁଯାୟୀ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବା ପରିବର୍ତ୍ତେ, ସେ ପୋର୍ଟାଲରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀକୁ ବଦଳାଇ ଦେଇଥିଲେ। ସେହି ସ୍ଥାନରେ ସେ କେନ୍ଦ୍ରାପଡ଼ା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବ୍ୟାଙ୍କରେ ଥିବା ନିଜ ପତ୍ନୀ, ବାପା, ଭାଇ ଏବଂ ଜଣେ ସମ୍ପର୍କୀୟଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସଂଯୋଗ କରି ଏନ୍.ଇ.ଏଫ୍.ଟି ମାଧ୍ୟମରେ ସିଧାସଳଖ ଟଙ୍କା ସ୍ଥାନାନ୍ତର କରିନେଇଥିଲେ। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୪୨ ଓ ୪୩/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧନ


