ବୀଣାପାଣି ନର୍ସରୀ ସ୍କୁଲରେ ବିଜ୍ଞାନ ମେଳା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି  ସ୍ଥିତ ବୀଣାପାଣି ନର୍ସରୀ ସ୍କୁଲରେ ଗୁରୁବାର  ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ସେହିପରି ସମ୍ମାନିତ ଅତିଥି ଭାବେ ଆଇନଜୀବି ହର ପ୍ରସାଦ ରଥ ଯୋଗଦେଇ ଦେଶର ପ୍ରଗତି ପାଇଁ ବୈଜ୍ଞାନିକ ବିଚାରଧାରା ଅପରିହାର୍ଯ୍ୟ ବୋଲି  ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ନର୍ସରୀ ସ୍କୁଲ ର ଜୁନିୟର ଏବଂ ସିନିୟର ବିଭାଗର ୭୦ ରୁ ଉର୍ଦ୍ଧ୍ବ ବିଜ୍ଞାନ ପ୍ରକଳ୍ପ ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା।ସ୍କୁଲ ପରିଚାଳନା କମିଟି ସମ୍ପାଦକ ବଳରାମ ମହାରଣାଙ୍କ ସଂଯୋଜନା ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍କୁଲ କମିଟି ସଭାପତି ରସାନନ୍ଦ ରାଉତ ଅଧ୍ଯକ୍ଷତା କରିଥିଲେ।  ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଆଇନଜୀବି  ପରେଶ ଚନ୍ଦ୍ର ରଥ, ବିଜ୍ଞାନ ଶିକ୍ଷୟିତ୍ରୀ ସଂଞ୍ଜୁକ୍ତା ମିଶ୍ର, କମଳିନୀ ସାମନ୍ତରାୟ, ସ୍କୁଲ ଅଧ୍ଯକ୍ଷା ବିଷ୍ଣୁପ୍ରିୟା ଦାଶ ପ୍ରମୁଖ  ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିଥିଲେ।ଏହି ଅବସରରେ ସ୍କୁଲ ର ନବନିର୍ମିତ ଶ୍ରେଣୀ ଗୃହକୁ ଉଦଘାଟନ  କରାଯାଇଥିଲା।ସ୍କୁଲ ର ସମସ୍ତ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ସମସ୍ତ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ