ଛଠି ମୈୟା ଆଗମନ ଉତ୍ସବ ପାଳିତ

ରାଇରଙ୍ଗପୁର,(ୱାଇଏନଏସ):ଛଠ ପର୍ବ ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟ ରାଇରଙ୍ଗପୁର ତରଫରୂ ଛଠ ମହୋତ୍ସବ 2026 ର ପ୍ରଥମ ଦିନରେ ଛଠି ମୈୟା ର ଆଗମନ ଉତ୍ସବ ପାଳନ କରାଯାଇଅଛି। ଏହା “ନହାଏ ଖାଏ” ବା “କଦ୍ଦୁ ଭାତ” ନାମରେ ମଧ୍ଯ ଜଣାଯାଏ। ଏହି ଅବସରରେ ଟ୍ରଷ୍ଟ ର ସମସ୍ତ ଟ୍ରଷ୍ଟୀ, ସହର ବାସୀ ଓ ଅନ୍ୟମାନଙ୍କ ମିଳିତ ଉଦ୍ୟମରେ ଏକ ଶୋଭାଯାତ୍ରାର ଆୟୋଜନ ହୋଇଥିଲା ଓ ସମସ୍ତେ ଶହର ପରିକ୍ରମା କରିଥିଲେ। ଟ୍ରଷ୍ଟ ସଭାପତି ବିଜୟ କୁମାର ରାମଙ୍କ ତତ୍ତ୍ବାବଧାନ ଓ ସମାଜସେବୀ ନବୀନ ରାମଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ରାଲି ସ୍ଥାନୀୟ ଖଡକେଶ୍ବର ମନ୍ଦିରରୁ ଆରମ୍ଭ ହୋଇ ଧରମଗଳୀ ରାସ୍ତାରେ ଜଗନ୍ନାଥ ମନ୍ଦିର ପହଞ୍ଚି ପୁଜା ଅର୍ଚ୍ଚନା କରିଥିଲେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଛଠି ମାତାର ଭେଟ ଉତ୍ସବ ହୋଇଥିଲା ଓ ଜୟ ଜଗନ୍ନାଥ, ଛଠି ମୈଯା କି ଜୟ ଳ ବିସାଲ ନାରା ଦେଇ ଥୁଲେ। ଏହା ପରେ ଜଗନ୍ନାଥ ମାର୍କେଟ, ଡେଲି ମାର୍କେଟ, ଗାନ୍ଧି ପାର୍କ ହୋଇ ଛଠ ଘାଟରେ ପହଞ୍ଚି ଜଳପାନ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଂ ଅବଧେଶ ମିଶ୍ର, ରାଜେଶ କୁମାର ପ୍ରଜାପତି ବିନୋଦ ଦାସ, ଲାଲବାବୁ ସାଓ, ମଦନ ରଜକ, ଚନ୍ଦ୍ରଭୁଷଣ ଯାଦବ, ରାଜକୁମାର ରାମ, ରଂଜନ ରାମ, ଜନାର୍ଦନ ରାମ, ପାର୍ବତୀ ସାଓ, ସୌରଭ ପଟ୍ଟନାୟକ, ଗୀତା ଦେବୀ, ଚନ୍ଦ୍ରୁ ରାମ,ପ୍ରୀତି ରାଜ, ଶମିତା ବେହେରା, ବିଶାଲ ବେହେରା,ସ୍ନେହା ସାଓ,
ରଂଜନା ସାଓ, ସୀମା ଦେବି, ରାମପ୍ରବେଶ ସାହ, ବିକି ଶର୍ମା, ମାନବ ବିଜୟ , ମୋକ୍ଷ ବିଜୟ, ,ପବିତ୍ର ମହାନ୍ତ, ନୈତିକ, ମୟୁର ଗୁପ୍ତା, ସୁନୀଳ ସାଓ,ରୀନା, ନମିତା, ଭୋମଲା ଭାଇ, ଡବଲୂ ସାଓ ଓ ଅନ୍ୟମାନଙ୍କ ମିଳିତ କ୍ରିୟାନୁଷ୍ଠାନରେ କାର୍ଯ୍ଯକ୍ରମଟି ସାଫଲ୍ଯମଣ୍ଡିତ ହୋଇ ଥଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ