ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ବାଲିଗଢିଆ ଗ୍ରାମର ଧର୍ମପରାୟଣା ମହିଳା ସ୍ବର୍ଗତ ସାବିତ୍ରୀ ଧଳଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ହିମାଂଶୁ ଶେଖର ଧଳଙ୍କ ତତ୍ତାବଧାନରେ ଅନୁଷ୍ଠିତ ଶିବିରକୁ ଅବସରପ୍ରାପ୍ତ ନୌସେନା ଅଧିକାରୀ ସୋମନାଥ ଧଳ ଉଦଘାଟନ କରିଥିଲେ। ଏହି ଶିବିରରେ ବାଲିଗଢିଆ, ଡାଳିମ୍ବଗଡିଆ, ତାଳପଦା, କୁମ୍ଭାରିଆ, ଶିଆଳିଆ ଆଦି ଗ୍ରାମର ୬୫ରୁ ଉର୍ଦ୍ଧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଡାକ୍ତର ନିରଞ୍ଜନ ଜେନା ଏବଂ ସୌମ୍ୟ ରଞ୍ଜନ ଜେନା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିର ପରିଚାଳନାରେ ବିପ୍ର ରଞ୍ଜନ ବାରିକ, ସାଇସୋନି ବେହେରା, ଭଗବାନ ଜେନା, ଚିରଞ୍ଜୀବ ଧଳ, କ୍ରିଷ୍ଣା ଧଳ, ସତ୍ୟ ସମୀର ବିଶ୍ୱାଳ, ଶୁଭମ ବିଶ୍ୱାଳ, ଦେବାଂଶୁ ବେହେରା, ମହେଶ୍ୱର ଧଳ, ନିହାରିକା ପଣ୍ଡା, ଦିବ୍ୟଜ୍ୟୋତି ଧଳ, ସୁଲଗ୍ନା ଧଳ ପ୍ରମୁଖ ସହଯୋଗ କରିଥିଲେ।


