ଶିକ୍ଷକ ଲକ୍ଷ୍ମୀଧର ପୃଷ୍ଟିଙ୍କୁ ଅବସର ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ତୋଫାବିବି ଆଞ୍ଚଳିକ ସାଧନ କେନ୍ଦ୍ରାଧୀନ ସରକାରୀ ଉ. ପ୍ରା. ବିଦ୍ୟାଳୟ,ତ୍ରିସାଲିଆର ଶିକ୍ଷକ ଲକ୍ଷ୍ମୀଧର ପୃଷ୍ଟିଙ୍କୁ ଅବସର ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ଦିଆଯାଇଛି l ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ଯ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଯେନା, ବିଶିଷ୍ଟ ଅତିଥି ବନ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ମୁଖ୍ଯ ବକ୍ତା ସୁ-ସାହିତ୍ୟିକ ହରିହର ପାଣିଗ୍ରାହୀ, ସମ୍ମାନୀତ ଅତିଥି ମହାନ୍ତିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ନିହାର ରଞ୍ଜନ ପଣ୍ଡା,ସମିତି ସଭ୍ଯ ନିର୍ମଳ କୁମାର ନାୟକ, ଏ.ବି.ଇ.ଓ. ତଥା ବି.ଆର. ସି. ସି. ହରେକୃଷ୍ଣ ଆପଟ, ଡି. ଆଇ. ଇ. ଟି.,ଭଦ୍ରକର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତି ବିଜୟିନୀ ସ୍ୱାଇଁ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଷ୍କର ଚନ୍ଦ୍ର ପାଢୀ, ସମାଜସେବୀ ରବୀନ୍ଦ୍ର କୁମାର ପଣ୍ଡା, ଚିତ୍ତରଞ୍ଜନ ସାମନ୍ତରାୟ, ଭୋଳାନାଥ ନାୟକ, ନନ୍ଦକିଶୋର ନାୟକ, ସି. ଆର. ସି. ସି. ନିରଞ୍ଜନ ଖିଲାର,ଶିକ୍ଷକ ସଂଘ ନେତା ମଙ୍ଗରାଜ ଧର୍ମେନ୍ଦ୍ର ନାରାୟଣ ଯେନା, ଅଲୋଷ୍ଟା,ବନ୍ତ ସମ୍ପାଦକ ଜଗନ୍ନାଥ ମଲ୍ଲିକ, ଓପଟା,ବନ୍ତର ସଭାପତି ସୁକାନ୍ତ କୁମାର ବେହେରା, ଏକ୍ସ-କ୍ୟାଡର ଶିକ୍ଷକ ସଂଘର ସଭାପତି ଅମୂଲ୍ଯ କୁମାର ଦାସ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରଣଜିତ୍ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷକଙ୍କର ବିଦ୍ୟାଳୟ ପ୍ରତିଥିବା ଉତ୍ସର୍ଗୀକୃତ ସେବା, ତ୍ୟାଗ, ନିଷ୍ଠାପରତା, ଦାୟିତ୍ୱବୋଧତା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟପରାୟଣତା ଆଦି ମହାନ ଗୁଣ ଗୁଡିକ ଉପରେ ହୃଦୟସ୍ପର୍ଶି ବକ୍ତବ୍ୟମାନ ପ୍ରଦାନ କରିଥିଲେ l ଶିକ୍ଷକ ପଞ୍ଚାନନ ପୃଷ୍ଟି ମଞ୍ଚ ସଂଯୋଜନା ଓ ଶିକ୍ଷୟିତ୍ରୀ ଶ୍ରାବଣୀ ନାୟକ ମାନପତ୍ର ପାଠ କରିଥିବା ବେଳେ ସାବିତ୍ରୀ ପରିଡା, ପୁଷ୍ପାରାଣୀ ନାୟକ, ଗୀତଞ୍ଜଳୀ ସାହୁ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ଯସଭ୍ଯା ସହଯୋଗ କରିଥିଲେ ।


