ପୋଲିସ ଦ୍ୱାରା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା ଗଞ୍ଜେଇ ଚାଷ ହେଉଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛକୁ କାଟିବା ସହ ସେଗୁଡ଼କୁ ନଷ୍ଟ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ରାୟଗଡା ଏସପି ବିଶେଷ ସୂତ୍ରରୁ ଖବର ପାଇବା ପରେ ଏକ ପୋଲିସ ଟିମ ଗଠନ କରି ମୁନିଗୁଡା ଥାନା ଅଧିକାରୀ ଲଳିତ ମହୋନ ସାଗରଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଭାବେ ଚନ୍ଦ୍ରପୁର ବ୍ଲକ ବିଡ଼ିଓ ସୋମ୍ୟକାନ୍ତ ବାଙ୍ଗଲା,ଡାଙ୍ଗସୋରଡ଼ା ଫାଣ୍ଡି ଏସଆଇ ମନୋରଞ୍ଜନ ବିଶ୍ୱାଳ,ମହେନ୍ଦ୍ର ହାଁସଦା,ଜି.ପଲକିଆ, ଡି.କୁମୁରିକା, ଵି.ବରଲିକା,ଏସ.କେ.ଶବର ପ୍ରମୁଖଙ୍କ ସମେତ ଅବକାରୀ ବିଭାଗ,କୃଷି ବିଭାଗ,ବନ ବିଭାଗ,ରାଜସ୍ବ ବିଭାଗ ଓ ଆଇଆରବି ଫୋର୍ସର ଯବାନ ମାନେ ଉପସ୍ଥିତ ରହି ମୁନିଗୁଡା ଥାନାର ଡାଙ୍ଗସୋରଡ଼ା ଫାଣ୍ଡି ଅନ୍ତର୍ଗତ ବୋରିଖାଲ ଗ୍ରାମରେ ୦.୨୫ ଏକର ଜମିରେତିନି ରୁ ଚାରି ଫୁଟ ବିଶିଷ୍ଟ ୨୭୨ଟି ଗଛ ଲଗାଇ ଚାଷ କରୁଥିବା ବେଳେ ସମସ୍ତ ଗଛ ଗୁଡିକୁ କାଟିବା ସହ ସେହି ସବୁ ଗଛକୁ ନଷ୍ଟ କରାଯାଇଛି। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ଥିବା ବୋରିଖାଲ ଗ୍ରାମର ମଣ୍ଟୁ ସାହେବ କୁମୁରିକା(୩୮) ଗିରଫ କରାଯିବ ସହ କେଶ ନମ୍ବର ୩୧୫/୨୬ ଏନଣ୍ଡିପିଏସ ଆକ୍ଟ ଅନୁଯାୟୀ ଅଣ୍ଡର ସେକ୍ସନ ୨୦(a)(i) ରେ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରାଯାଇଛି। ଏଥିସହ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତ ଅଛି ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ମୁନିଗୁଡା ଥାନା ଅଧିକାରୀ ଲଳିତ ମହୋନ ସାଗର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।  ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଉଥିଲା କିନ୍ତୁ ପାହାଡ଼ିଆ ଓ ଅପହଁଚ ଅଞ୍ଚଳ ହୋଇଥବାରୁ ଚାଷ କରୁଥିବା ଅଭିଯୋଗରେ ପୁଲିସ କାହାରିକୁ ଗିରଫ କରିପାରୁ ନଥିଲା। ବର୍ତମାନ ପ୍ରଥମ ଥର ପାଇଁ ମୁନିଗୁଡ଼ା ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରାଜ ପ୍ରସାଦ ସୂଚନା ଦେବା ସହ ଜିଲ୍ଲା ପୁଲିସ ଓ ପ୍ରଶାସନ ସହାୟତାରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୂଲ୍ୟ ଭିତ୍ତିକ ଚାଷ କରିବାକୁ ସଚେତନତା କରାଯାଉଛି ଏବଂ ଏହାର ଲାଭ ଉଠାଇବାକୁ ଏସପି ରାଜ ପ୍ରସାଦ ଅପିଲ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ