ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ଓ ମଧ୍ୟାହ୍ନ ଭୋଜନ ବଣ୍ଟନ
ବାଲେଶ୍ୱର (ସରୋଜ ପଣ୍ଡା): ଶିଶୁ ଦିବସ ଅବସରରେ ବାଲେଶ୍ୱରର ହୋଟେଲ ବଞ୍ଜାରାଠାରେ ବାଲେଶ୍ୱର ହୋଟେଲ ଆସୋସିଏସନ ପକ୍ଷରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ୮୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ଓ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଇଥିଲା। ଆସୋସିଏସନର ଅଧ୍ୟକ୍ଷ ସଞ୍ଜୀବ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଦାସ କହିଥିଲେ ଯେ, ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ବାଲେଶ୍ୱର ହୋଟେଲ ଆସୋସିଏସନ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ ଓ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେବ।କାର୍ଯ୍ୟକ୍ରମରେ ଆସୋସିଏସନର ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ, ପାର୍ଥସାରଥୀ ଆଶ, ବିପ୍ଳବ କୁମାର ମହାନ୍ତି, ପରେଶ ଦାଶ, ସୁମନ ପାଣିଗ୍ରାହୀ, ରଞ୍ଜନ ସାହୁ, ସରୋଜ ବୋଧନୱାଲା, ବିଶ୍ୱଜିତ ପରମାଣିକ ଏବଂ ଆସୋସିଏସନର କାର୍ଯ୍ୟାଳୟ ସମ୍ପାଦକ କେ. କେ. ମହାରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ।


