ବନ୍ଧୁ ମିଳନ କାର୍ଯ୍ୟକ୍ରମ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ନୋଡାଲ ହାୟେର ସେକେଣ୍ଡାରୀ ସ୍କୁଲ ପରିସରରେ ମୁନିଗୁଡା ହାଇସ୍କୁଲର ୨୦୦୨ ମେଟ୍ରିକ ବେଚର ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହା ଆଡମ୍ବରର ସହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବେଚର ଛାତ୍ର ଦୟାନିଧି ସାହୁ, ଅନିଲ କୁମାର ମଲ୍ଲିକ ଓ ଦୀପକ ଆଚାର୍ଯ୍ୟଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅତିଥିଭାବେ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତାରାଚରଣ ଦାସ ଓ କରୁଣାକର ସାମଲ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ନିଜର ଅଭିଜ୍ଞତା ଓ ଆଗାମୀ ଦିନରେ ସବୁ ଛାତ୍ରଛାତ୍ରୀ ମିଳିମିଶି ଏହିପରି ବନ୍ଧୁ ମିଳନ କରିବାକୁ ପରାମର୍ଶ ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଉଚିତ ବାଟରେ ଯିବାକୁ ଦିଗଦର୍ଶନ କରିଥିଲେ l  ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁନିଗୁଡା ସହ ଜିଲ୍ଲା ବାହାରରେ ତଥା ରାଜ୍ୟ ବାହାରେ ରହୁଥିବା ବେଚର ବହୁ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲ l ଯାହା ଫଳରେ ଏକ ହସ ଖୁସିର ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଉଭୟ ପୁଅ ଓ ଝିଅ ମାନଙ୍କ ନିଜ ଅଭିଜ୍ଞତା ଓ ସ୍ମୃତି ଚାରଣ ସହ ଅତୀତର ସେହି ପାଠପଢ଼ା ଓ ବାଲ୍ୟକାଳ ଜୀବନକୁ ମନେ ପକାଇ ଭାବବିହୁଳ ହୋଇଥିଲା। ସବୁବେଳେ ସବୁ ସମୟରେ ସମସ୍ତଙ୍କ ଯେକୌଣସି ସୁଖ କିମ୍ଭା ଦୁଃଖରେ ପରସ୍ପରକୁ ସହାୟତା କରିବେ ଏବଂ ପ୍ରତିବର୍ଷ ଏହିପରି କାର୍ଯ୍ୟକ୍ରମ ସହ ବିଭିନ୍ନ ସାମାଜିକ ମଙ୍ଗଳ କାର୍ଯ୍ୟ କରାଯିବ ବୋଲି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଯାଇଥିଲା। ପରେ ବିଭିନ୍ନ ଖେଳଖୁଦ ସହ ନାଚଗୀତ ଅନୁଷ୍ଠିତ କରାଯାଇଥିଲା l ଏଥିସହ କେକ କଟାଯିବା ସହ ସମସ୍ତ ଏକ ଭୋଜିର ଆୟୋଜନ ସହ ସମସ୍ତେ ଏକତ୍ରିତ ହୋଇ ନାଚ ଗୀତରେ ମଜା ଉଠାଇବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଛାତ୍ରୀ ସୁମିତା ଦାସ, ନିବେଦିତା ବେହେରା,ଲିପ୍ସା ପତି, ସ୍ନିଗ୍ଧାରାଣୀ ଚୌଧୁରୀ,ପ୍ରତିମା ଖାଡ଼ଙ୍ଗା,ମିନାକ୍ଷୀ ହରିଚନ୍ଦନ, ଛାତ୍ର ବୁବୁନ ବେହେରା,ସଚିନ ପାତ୍ର,ଜାମି ଅଶୋକ କୁମାର,ଜି.ସଞ୍ଜୀବ କୁମାର,ସମ୍ଭୁ ବେହେରା,ରାମକୃଷ୍ଣ ପାଣିଗ୍ରାହୀ, କେ.ରାଜେଶ କୁମାର,ପୁରୁଷତ୍ତମ ଚୌଧୁରୀ,ଗଣେଶ ପ୍ରସାଦ ସାହୁ, ଆଲୋଜ ମହାରଣା,ନିଖିଲ ୟାଦବ,ଜାମି ସନ୍ତୋଷ କୁମାର,ମାଲେନା ଚିତ୍ତରଞ୍ଜନ,ସନ୍ତୋଷ ବେହେରା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ