ଗୁଣପୁରରେ ଶିଶୁ ମହୋତ୍ସବ ଆୟୋଜିତ

ଗୁଣପୁର (ୱାଇ ଏନ ଏସ): ଗୁଣପୁର କଳା, ସଂସ୍କୃତି ଓ ଖେଳକୁଦ ର ବର୍ଣ୍ଣାଢ୍ୟ ପରିବେଶ ରେ ଶିଶୁ ମହୋତ୍ସବ ଭେଙ୍କଟେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ  ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି   ରୁପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର  ମୁଖ୍ୟ ବକ୍ତା ଭାବେ ବ୍ଲକ ସମାଜ ମଙ୍ଗଳ ସମ୍ପରସାରଣ ଅଧିକାରୀ ଗଙ୍ଗାଧର ବେହେରା ପୌର ଉପାଧକ୍ଷ ଶିବ ପ୍ରସାଦ ଗୌଡ଼,  ଅନ୍ୟତମ ସମାନିତ ଅତିଥି ବ୍ଲକ ଉପାଧକ୍ଷ ସୁଦର୍ଶନ ଶବର ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ l  ତପନ ସୁନାମୁଦି ଅତିଥୀ ମାନଙ୍କୁ ସ୍ବାଗତ  କରିଥିବା ବେଳେ ସମ୍ପାଦକୀୟ ବିବରଣୀ ଆଇନଜୀବୀ  ଲକ୍ଷ୍ମୀ ମହାଙ୍କୁଡ଼ ପାଠ କରିଥିଲେ।  ସଭାପତି ଜଗନ୍ନାଥ ପଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବl ବେଳେ ଆବାହକ ଶକ୍ତି ଦାଶ ଉତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ l ସଭାଶେଷରେ  ସହ ସମ୍ପାଦକ ଚାରୁବାଳା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l ଆୟୋଜିତସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହର ର ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା ନୃତ୍ୟ ଦଳଏବଂ  ଭୁବନେଶ୍ବର ରୁ ଆସିଥିବା କୁନି କଣ୍ଠଶିଳ୍ପୀ ଅର୍ଚନା ରଥ ଓ ରାଣୀ ପରିଡ଼ାଙ୍କ ସଙ୍ଗୀତ ଓ କୁନି ଅଭିନେତା ତାପସ ସଡ଼ଙ୍ଗୀ ଙ୍କ ଅଭିନୟ  ଦର୍ଶକଙ୍କ ମନମୋହିଥିଲା।  ଏହି କାର୍ଯ୍ୟକ୍ରମ ରେ ନାଟ୍ୟ ଗୁରୁ ଦିଲ୍ଲୀପ ଚୌଧୁରୀ, ନିଖଲ ପାଢ଼ୀ,ଚିନାଡା ମଣି ଅନନ୍ତ ପାତ୍ର, ସିଦ୍ଧାର୍ଥ ଦାଶ, ଶିବ ସାହୁ ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ