ବରିଷ୍ଠ ନାଗରିକ ସୁରକ୍ଷା ମଂଚର ବାର୍ଷିକ ଉତ୍ସବ

ବନ୍ତ,(ଓ୍ବାଇଏନଏସ): ବର୍ତମାନ ସମୟରେ ଆମେ ସମସ୍ତେ ଦୈନଦିନ ଜୀବନରେ ପଥର ମୂର୍ତିଙ୍କୁ ପୂଜା କରୁଥିବା ବେଳେ ଜୀଅନ୍ତା ଠାକୁର ପିତା ମାତା,ଗୁରୁଜନମାନଙ୍କୁ ଆମେ ଅଣ ଦେଖା କରୁଛେ। ପ୍ରକୃତପକ୍ଷେ ଆମେ ଯଦି ବରିଷ୍ଠ ମାନଙ୍କ ଆର୍ଶିବାଦ ନେଇ କାର୍ଯ୍ୟ କରିବା ତେବେ ସଫଳତା ମିଳିବ ବୋଲି ଆଜି ଭଦ୍ରକ ଜିଲ୍ଲା ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷାମଂଚର ୭ମ ବାର୍ଷିକ ଉତ୍ସବରେ ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଏସ୍‌.ପି ମନୋଜ ରାଉତ ମତ ବ୍ୟକ୍ତ କରିଥିଲେ। କୁଆଁଶମଢିଆ ଠାରେ ଆୟୋଜିତ ସଭାକୁ ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ ଅଧ୍ୟକ୍ଷତା କରିଥିଲେ। ସଭାରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ତାଙ୍କ ବକ୍ତବ୍ୟରେ ସମୟ,ଅର୍ଥ ଓ କ୍ଷମତା ମଣିଷକୁ ବିପଦଗାମୀ କରାଏ ଏହାର ସତ ଉପେଯାଗ କରି ନିଜକୁ ତିଆରି କରିବା ପାଇଁ ବରିଷ୍ଠ ମାନେ ସମାଜକୁ ପରାମର୍ଶ ଦେବା ଉଚିତ୍‌। ବର୍ତମାନ ସମୟରେ ବାପାର ସମ୍ପତି ପୁଅ ହଡ଼ପ କରିବା ଭଳି ଘଟଣା ଶୁୁଣିବାକୁ ମିଳୁଛି। ବାସ୍ତବରେ ବୟସର ଅପରାହ୍ନରେ ଉପନିତ ହୋଇଥିବା ବରିଷ୍ଠ ମାନଙ୍କୁ ସୁଖରେ ଜୀବନ ଜିଇଁବା ନେଇ କାର୍ଯ୍ୟ କଲେ ଆଗମୀ ଦାୟାଦ ମାନଙ୍କ ପାଇଁ ତାହା ପ୍ରେରଣାଦାୟୀ ହେବ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଭଦ୍ରକ ଡ଼େପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ କହିଲେ,କାଗଜ କଲମରେ ବରିଷ୍ଠ ମାନଙ୍କୁ ଶ୍ରେଷ୍ଠ ବୋଲି ବିଚାର ନକରି ବାସ୍ତବାଭିମୁଖୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି,ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର,ବିଜେଡ଼ି ଭଦ୍ରକ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ଦାଶ,ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠମାନେ ଆମ ପଥ ପ୍ରଦର୍ଶକ ସେମାନଙ୍କ ମାର୍ଗଦର୍ଶନକୁ ଗ୍ରହଣ କରିବା ଉଚିତ ବୋଲି କହିଥିଲେ। ଏହି ଅବସରରେ ମଂଚର ବାର୍ଷିକ ମୁଖପତ୍ର ଅସ୍ତରାଗର ରଙ୍ଗକୁ ଅତିଥି ମାନେ ଉନ୍ମୋଚନ କରିଥିବା ବେଳେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ସାମଲ,ମୁଦ୍ରାକାର ଶିବନାରାୟଣ ବିଶ୍ୱାଳ ଉପସ୍ଥିତ ଥିଲେ। ସାହିତ୍ୟିକ କୃଷ୍ଣଚନ୍ଦ୍ର ଜେନା,ଶିଳ୍ପୀ କର୍ଣ୍ଣ ମାଝି,ସମାଜସେବୀ ନରୋତମ ଦାସ,ସଫଳ ଚାଷି ନାରାୟଣ ଜେନା,ଶିକ୍ଷାବିତ ଫକୀର ଚରଣ ବାରିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କୃତି ଛାତ୍ରୀ ଦିବ୍ୟାଶା ଖିଲାର,ଆଦ୍ୟାଶା ଶତପଥି, ଏବଂ ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀ,ଗୁରୁମା ମାମାଲି ନାୟକ,ରଶ୍ମିତା ବିଶ୍ୱାଳ ଏବଂ ଫାୟାର ଡ଼୍ୟାନ୍ସ ଗ୍ରୁପର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ରାମଚନ୍ଦ୍ର ଦାସ ଅତିଥିଙ୍କୁ ମଂଚ ଆହ୍ୱାନ,ଉପେନ୍ଦ୍ର ଶତପଥି ଅତିଥି ପରିଚୟ,ସମ୍ପାଦକ ରଞ୍ଜନ କୁମାର ଦାସ ବିବରଣୀ ପାଠ ଓ ଶେଷରେ ଚିତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ,ଜଗନ୍ନାଥ ପାଣିଗ୍ରାହି, ସଂଯୋଜକ ଗଦାଧର ବେହେରା,ଶାନ୍ତିଲତା କର,ପଚାଂନନ ପତି,ସୁରେନ୍ଦ୍ର ନାଥ ବିନ୍ଧାଣୀ,ପ୍ରଣୟ କୁମାର ସିଂହ,ସତେନ୍ଦ୍ର କୁମାର ମହୁରୀ,ପ୍ରଫୁଲ୍ଲ କୁମାର ପୁହାଣ,ଶଙ୍କର୍ଷଣ ନାୟକ,ଚକ୍ରଧର ପାଣିଗ୍ରାହି, ରାମଚନ୍ଦ୍ର ଜେନା,ମାମାଲି ପତି,ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ବିଧାୟକ ୫ଲକ୍ଷ ଟଙ୍କା ଅନୁଦାନରେ ନୂତନ ଗୃହର ଶୁଭ ଶିଳାନ୍ୟାସ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ