କପୁଣ୍ଡିରେ ବିଜେପିର ମିଶ୍ରଣ ପର୍ବ, ଶତାଧିକ କର୍ମୀଙ୍କ ଯୋଗଦାନ
ହାଟଡିହି, (ଓ୍ବାଇଏନଏସ): ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ହାଟଡିହି ବ୍ଲକ ଅଞ୍ଚଳରେ ନିଜର ସାଂଗଠନିକ ଶକ୍ତି ବୃଦ୍ଧି ଓ ଦଳୀୟ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ରବିବାର ହାଟଡିହି ପଞ୍ଚାୟତ କପୁଣ୍ଡି ଗ୍ରାମରେ ବିଜେପି ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ଶତାଧିକ କର୍ମୀ ଓ ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁଶାନ୍ତ ଜେନା, ହରମୋହନ ଶାସିନ, ଯୁଧିଷ୍ଠିର ମଲ୍ଲିକ, ମଣ୍ଡଳ ସଭାପତି ଦୀପକ ଜେନା, ହରେକୃଷ୍ଣ ସ୍ୱାଇଁ, ଜଗନ୍ନାଥ ବାରିକ, ସୁନିଲ ନାୟକ, ସନାତନ ଜେନା ଓ ତାରିଣୀ ସେନାପତିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଉପସ୍ଥିତ ନେତାମାନେ ଦଳର ନୀତି, ଆଦର୍ଶ ଓ ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ପୂର୍ବତନ ସମିତି ସଭ୍ୟା କୁମୁଦିନୀ ଯେନାଙ୍କ ସମେତ ଶିକ୍ଷାବିତ ଜ୍ଞାନେନ୍ଦ୍ର ଜେନା, ବଳରାମ ଜେନା, ବିରଞ୍ଚି ନାରାୟଣ ନାୟକ, ବିପିନ ଜେନା, ଜ୍ୟୋତି ରଞ୍ଜନ ଜେନା, ଅମରକୃଷ୍ଣ ଜେନା, ନରେନ୍ଦ୍ର ଜେନା, ନରେଶ ଜେନା, ପ୍ରଭାକର କୁଅଁର, ଯୁଧିଷ୍ଠିର ପାଢ଼ୀ, ଅମରେଶ ତ୍ରିପାଠୀ, ଚାନ୍ଦମଣି ଯେନା, ପୁଷ୍ପାଞ୍ଜଳି ଯେନା, ସୁଙ୍ଗୁତା ଯେନା, ପିଙ୍କି ଜେନା, ବର୍ଷାରାଣୀ ପାଢ଼ୀ, ବିନତା ପାଢ଼ୀ, ଦୂତି ଯେନା, ଭୀମସେନ ଯେନା, ରମାକାନ୍ତ ଯେନା, ଅମର ଯେନା, କୃଷ୍ଣଚନ୍ଦ୍ର ଯେନା, ପ୍ରଦୀପ ସେଠୀ ଓ ଅନିଲ ସେଠୀଙ୍କ ସମେତ ବିଭିନ୍ନ ଦଳର ଅନେକ ଆଗଧାଡ଼ିର କର୍ମୀ ବିଜେପିରେ ଯୋଗଦେଇଥିଲେ। ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଉପସ୍ଥିତ ଦଳୀୟ ନେତାମାନେ ବିଜେପିର ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଏହି ମିଶ୍ରଣ ପର୍ବ ମାଧ୍ୟମରେ କପୁଣ୍ଡି ଅଞ୍ଚଳରେ ଦଳର ସାଂଗଠନିକ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ କର୍ମୀମାନଙ୍କୁ ଏକଜୁଟ କରିବା ଉପରେ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏପରି ମିଶ୍ରଣ ପର୍ବ କରାଯାଇ ସଂଗଠନକୁ ଦୃଢ଼ିଭୂତ କରାଯିବ ବୋଲି ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର କହିଛନ୍ତି।


