ନାଉଗାଁରେ ୩୨୪ ନୂତନ ହିତାଧିକାରୀଙ୍କୁ ଭତ୍ତା କାର୍ଡ ବଣ୍ଟନ

ନାଉଗାଁ, (ପ୍ରଦୋଷ ମହାନ୍ତି) : ନାଉଗାଁ ବ୍ଲକ୍ରେ ନୂତନ ଭତ୍ତା ହିତାଧିକାରୀଙ୍କୁ ରବିବାର ଭତ୍ତା କାର୍ଡ ବଣ୍ଟନ କରାଯାଇଛି। ବ୍ଲକ୍ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୬ଟି ପଞ୍ଚାୟତର ମୋଟ ୧୦୩୦ ଜଣଙ୍କ ଭତ୍ତା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୩୨୪ଜଣଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ଭତ୍ତା କାର୍ଡ ପ୍ରଦାନ କରାଯାଇଛି। ବିଡିଓ ନିରଞ୍ଜନ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭତ୍ତା କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ସାଂସଦ ପ୍ରତିନିଧି ଲଲାଟେନ୍ଦୁ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟା ଅମିତା ସ୍ୱାଇଁ, ଡାବର ସମିତି ସଭ୍ୟ ସୁବଳ ବେହେରା ଓ ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା ଉପସ୍ଥିତ ଥିଲେ। ଅବଶିଷ୍ଟ ନୂତନ ହିତାଧିକାରୀଙ୍କୁ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଦୁଇ ମାସର ଭତ୍ତା ପ୍ରଦାନ କରାଯିବ। ଏଥିସହ ଆସନ୍ତା ଡିସେମ୍ବର ମାସ ଠାରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭାବେ ଭତ୍ତା ରାଶି ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ। ଭାରପ୍ରାପ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାଗତ ରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଲକ୍ ବରିଷ୍ଠ କିରାଣି ଦିଲ୍ଲିପ ଦାସ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଜିତ ମହାପାତ୍ର, କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ, ଅଜିତ୍ ସାହୁଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଡିଇଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ