ଧାମନଗର ବିଜେଡି ସଂଗଠନକୁ ନେଇ ମାନସମନ୍ଥନ, ପ୍ରଣବଙ୍କୁ ଭେଟିଲେ ଛାତ୍ରନେତ୍ରୀ
ଧାମନଗର (ଓ୍ବାଇଏନଏସ): ଧାମନଗରରେ ବିଜୁ ଜନତା ଦଳର ସାଙ୍ଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ସହ ଦଳୀୟ ସଂଗଠନକୁ ତୃଣମୂଳସ୍ତରରୁ ମଜଭୁତ କରିବା ନେଇ ଆଲୋଚନା ହୋଇଛି। ଏହି ପରିପ୍ରେକ୍ଷୀରେ ଧାମନଗର ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ଦଳ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି। ଛାତ୍ରନେତ୍ରୀ ସ୍ମୃତିରେଖା ବେହେରା ଓ କଳ୍ପନା ସାହୁଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଶ୍ରୀ ଦାସଙ୍କ ସହ ଧାମନଗରରେ ଦଳର ସାଙ୍ଗଠନିକ ସ୍ଥିତି ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ଛାତ୍ର ଓ ଯୁବବର୍ଗଙ୍କୁ ଦଳ ସହ ଅଧିକ ଯୋଡ଼ିବା ଏବଂ ଆଗାମୀ ଦିନରେ ସଂଗଠନକୁ ନୂତନ ଗତିଶୀଳତା ପ୍ରଦାନ କରିବା ସମ୍ପର୍କରେ ମତବିନିମୟ କରିଥିଲେ। ଧାମନଗରରେ ବିଜେଡିର ସାଙ୍ଗଠନିକ ଭିତ୍ତିକୁ ମଜଭୁତ କରିବା, ତୃଣମୂଳସ୍ତରରେ ଦଳୀୟ କର୍ମୀଙ୍କୁ ଏକଜୁଟ କରିବା ଏବଂ ଛାତ୍ର ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ଏହି ସାକ୍ଷାତ୍ରେ ଗୁରୁତ୍ୱ ରହିଥିଲା। ଧାମନଗରରେ ଦଳର ଆଗାମୀ ସାଙ୍ଗଠନିକ କାର୍ଯ୍ୟଧାରାକୁ ନେଇ ଏହି ଆଲୋଚନା ରାଜନୈତିକ ମହଲରେ ଗୁରୁତ୍ୱ ବହନ କରୁଛି। ଏଥିରେ ଧାମନଗର ପଞ୍ଚାୟତ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ସରପଞ୍ଚ ସତ୍ୟସନ୍ଦର ନାୟକ,ସମିତି ସଭ୍ୟ ସୁଦୀପ୍ତ ଖଟୁଆ,ସରପଞ୍ଚ ପ୍ରତିନିଧି ସେକ ମୁସ୍ତାକ,ପୂର୍ବତନ ସମିତି ସଭ୍ୟ ସୁଦର୍ଶନ ମାଝି,ବିଜେଡି ନେତା ବିଜୟ କେତନ ସାହୁ,ଛାତ୍ର ନେତା ପ୍ରକାଶ ବେହେରା,ସୁଶାନ୍ତ କୁମାର ରାଉତ,ବିଶ୍ୱଜିତ ବାରିକ,ସଂଗ୍ରାମ ଯେନା,ବିଶ୍ୱଜିତ ସାହୁଙ୍କ ସମେତ ଯୁବ ଛାତ୍ର ଯୋଗ ଦେଇଥିଲେ


