ଅଜଣା ଗାଡି ଧକ୍କାରେ ବାରାହା ମୃତ

 ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଆଡାଗାଁ-ସୂର୍ଯ୍ୟାନଗର ରାଜ୍ୟରାଜପଥରେ କୌଣସି ଅଜଣା ଗାଡି ଧକ୍କାରେ ଏକ ବାରାହା ମୃତ୍ୟୁବରଣ କରିଥିବାର ଜଣାପଡିଛି । ଏହି ଘଟଣା ଗତ ଶନିବାର ରାତ୍ର ସମୟରେ ହୋଇଥିବା ବେଳେ ଗତକାଲି ରବିବାର ମୃତ ବାରାହାର ଗୁରାଣ୍ଡି ସ୍ଥିତ ପ୍ରାଣିଧନ ଚିକିତ୍ସାଳୟର ଡାକ୍ତର ବ୍ୟବଚ୍ଛେଦ କରିଥିଲେ । ଏହାପରେ ଉକ୍ତ ମୃତ ବାରାହାକୁ ପୋତା ଯାଇଥିବାର ସୂଚନା ରହିଛି । ସୂଚନା ପ୍ରକାରେ ଗତକାଲି ବିଳମ୍ବିତ ସନ୍ଧ୍ୟା ସମୟରେ ଉଲ୍ଲେଖିତ ସ୍ଥାନରେ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେହିଁ ବାରାହାଟି ମୃତ୍ୟୁବହଣ କରିଥିଲା । ଏନେଇ କିଛି ଲୋକେ ବନବିଭାଗର ଗାରାବନ୍ଧା ସେକ୍ସନର ରେଞ୍ଜର ସନ୍ତୋଷକୁମାର ପରିଚ୍ଛାଙ୍କୁ ଖବର ଦେଇଥିଲେ । ଏହାପରେ ଶ୍ରୀ ପରିଚ୍ଛାଙ୍କ ସମେତ ବନକର୍ମଚାରୀମାନେ ପହଞ୍ଚି ମୃତ ବାରାହାକୁ ଜବତ କରି ଆଜି ବ୍ୟବଚ୍ଛେଦ କରାଇଥିବାର ଜଣାପଡିଛି । ଅନ୍ୟପକ୍ଷରେ ଗୋଷାଣି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବାରାହା ଉପଦ୍ରବ ବଢିଚାଲିଛି । ପଲ ପଲ ବାରାହା ସମଗ୍ର ଅଞ୍ଚଳରେ କାୟା ବିସ୍ତାର କରିଚାଲିଥିବା ବେଳେ ଚାଷ ଜମି ଠାରୁ ଆରମ୍ଭ କରି ରାଜରାସ୍ତାରେ ବିଚରଣ କରୁଛନ୍ତି ।  ଯାହାକୁ ନେଇ ବିଶେଷ କରି ଚାଷୀମାନେ ଚିନ୍ତିତ ହୋଇପଡିଥିବା ବେଳେ ଦିବା ରାତ୍ର ପହରା ଦେଉଛନ୍ତି । ସେପଟେ ବନବିଭାଗ ଗ୍ରାମକୁ ଗ୍ରାମ ବୁଲି ଜଙ୍ଗଲିଜନ୍ତୁଙ୍କ ସୁରକ୍ଷା ଏବଂ  ଅନୁକମ୍ପା ଆପ୍ ମାଧ୍ୟମରେ ଚାଷୀଙ୍କୁ ମିଳୁଥିବା କ୍ଷତିଭରଣା ପ୍ରଦାନ କରାଯାଉଥିବା କଥାକୁ ନେଇ  ସଚେତନତା ମଧ୍ୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ