ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ

ବୈପାରିଗୁଡା,(ବିକ୍ରାନ୍ତ କୁମାର ବେବର୍ତ୍ତା): ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୫ ତାରିଖ ଦିନ ଜନଜାତୀୟ ଗୌରବ ଦିବସ–୨୦୨୬ ପାଳନ କରାଯାଇଛି। ଏହି ଅବସରରେ ବୈପାରିଗୁଡା ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟକୁ ମଧ୍ଯ ଉଦଘାଟନ କରାଯାଇ ଥିବାର ଜଣାପଡିଛି, ବିଦ୍ଯାଳୟ ପରିସର ଠାରେ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହେଇଥିବା ବେଳେ ଜିଲ୍ଲାପାଳ ମନୋଜ ସତ୍ଯଓ୍ବାନ ମହାଜନ, କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲା ଆଦିବାସୀ ମୋର୍ଚ୍ଛା ସଭାପତି ଲଲିତ ପୂଜାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ରହିଥିଲେ। ଏହି ସମାରୋହ ମାଧ୍ୟମରେ ମହାନ ଜନଜାତୀୟ ନେତା ବୀର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ, ତ୍ୟାଗ, ବଳିଦାନ ଓ ଦେଶର ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରାଯିବ। ଏଥିସହ ଜନଜାତି ସମାଜର ଗୌରବମୟ ଇତିହାସ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ସହ ଜନଜାତିଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏହି ଜିଲ୍ଲାସ୍ତରୀୟ ସମାରୋହରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ଜନଜାତି ସମାଜର ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜନଜାତୀୟ ସମାଜର ଗୌରବ ଓ ଅସ୍ମିତାକୁ ସମ୍ମାନ ଜଣାଇବା ସହ ନୂତନ ପିଢ଼ିଙ୍କ ମଧ୍ୟରେ ବୀର୍ସା ମୁଣ୍ଡାଙ୍କ ଆଦର୍ଶ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ