ଅନ୍ତର୍ଜିଲ୍ଲା ବିକ୍ଷିପ୍ତା ସାହିତ୍ୟ ସମ୍ମିଳନୀରେ ସାହିତ୍ୟିକଙ୍କ ଯୋଗଦାନ
ବ୍ରହ୍ମପୁର,(ସୁଦିପ କୁମାର ସାହୁ):୧୯୮୯ ମସିହାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେ ସ୍ଥାପିତ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ବ୍ରହ୍ମପୁର ଠାରେ ଗଞ୍ଜାମ, ବରଗଡ଼, ଝାରସୁଗୁଡ଼ା ଏବଂ ନୂଆପଡ଼ା ଜିଲ୍ଲା କୁ ନେଇ ଏକ ଏକ ଦିବସୀୟ ସାହିତ୍ୟ ସମ୍ମିଳନୀ ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମ ପ୍ରତିସରରେ ଅନୁଷ୍ଠିତ ଏହି ଦୁଇ ପର୍ଯ୍ୟାୟ ବିଶିଷ୍ଟ ସାରସ୍ୱତ ସମାରୋହର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ସଭାପତି ଗୌରୀପତି ଦାଶ ସଭାପତିତ୍ୱ ଏହି ସମ୍ମିଳନୀରେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସଙ୍ଗଠକ, କବି ମିହିର କାନ୍ତ ତ୍ରିପାଠୀ, ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ତଥା ବିଶିଷ୍ଟ ସଙ୍ଗଠକ ସୁଶାନ୍ତ ଦାଶ, ବାର୍ଷିଆନ କବି, ସୁସାହିତ୍ୟି ଏବଂ ସ୍ତମ୍ଭକାର ହୃଷିକେଶ ଦାଶ, ସୁସାହିତ୍ୟିକ ଏବଂ ସ୍ତମ୍ଭକାର ନୀଳକଣ୍ଠ ସାହୁ ଯୋଗଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ରପରେ ଆଲୋକପାତ କରିଥିଲେ । ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରାସାଦ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ, ଝାରସୁଗୁଡ଼ା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାର ୩ ଜଣ ଙ୍କୁ ଵିକ୍ଷିପ୍ତା ନାରୀରତ୍ନ ସମ୍ମାନ, ଜଣଙ୍କୁ ବିକ୍ଷିପ୍ତା ଯୁବ ପ୍ରତିଭା ସମ୍ମାନ, ବିକ୍ଷିପ୍ତା ପ୍ରତିଭା ସମ୍ମାନ, ବିକ୍ଷିପ୍ତା ସାରସ୍ବତ ସଙ୍ଗଠକ ସମ୍ମାନ, ଏଗାର ଜଣଙ୍କୁ ବିକ୍ଷିପ୍ତା ସମ୍ମାନ ଏବଂ ୬ ଜଣଙ୍କୁ ବିକ୍ଷିପ୍ତା ସ୍ୱତନ୍ତ୍ର ପ୍ରତିଭା ସମ୍ନାନ ପ୍ରଦାନ କରାଯାଇଥିଲା, ଦ୍ଵିତୀୟ ପର୍ଯ୍ୟାୟରେ ଦୁଇଟି କକ୍ଷରେ କୃତ୍ତିବାସ ବିଶ୍ୱାଳ ଏବଂ ସୁବାସ ଚନ୍ଦ୍ର ତାରିଣୀଙ୍କ ସଭାପତିତ୍ୱ ରେଅନୁଷ୍ଠିତ କବିତା ପାଠୋତ୍ସବ ରେ ଡ. ଲଷ୍ମୀ ନାରାୟଣ ଦାଶ, ଡ.ପ୍ରଶାନ୍ତ କୁମାର ଶତପଥୀ, ଇଂ.ଵିଜୟ ଚନ୍ଦ୍ର ମିଶ୍ର, ସ୍ବର୍ଣ୍ଣମୟୀ ପାଢ଼ୀ, ବି.ଗୋବିନ୍ଦ ରାଓ ଅତିଥି ଭାବେ ଯୋଗଦେଇଥିଲେ । ସୁଶ୍ରୀ ସୁଚେତା ପାଣିଗ୍ରାହୀ, ସୁଜାତା ଶତପଥୀ, ସୁନୀଲ କୁମାର ପ୍ରଧାନ, ସୁଶ୍ରୀ ବର୍ଷା ରାଣୀ ନାୟକ ସଂଯୋଜକ ଏବଂ ରାଜେଶ କୁମାର ପାତ୍ର ତଥା ରୁଦ୍ର ନାରାୟଣ ନାୟକ ଉଦଘୋଷକ ଦାଇତ୍ୱ ସମ୍ପାଦନ କରିଥିଲେ, ନରସିଂହ ଆଚାର୍ଯ୍ୟ, ବନ୍ଦନା ମହାପାତ୍ର, ସୁମନ୍ତ ବିଷୋୟୀ, ସୌରଭକାନ୍ତ ତ୍ରିପାଠୀ ଏବଂ ଲୋହରାଖଣ୍ଡି ସାହିତ୍ୟ ସାଂସଦର କର୍ମକର୍ତ୍ତା ମାନେ କାଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ । ଶେଷରେ ଡ. ଶ୍ୟାମା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ.


