ଏମ୍.କେ.ସି.ଜି.ରେ ଜାତୀୟ ଔଷଧ ସପ୍ତାହ ପାଳିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ) : ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲ୍ ପରିସରରେ ରବିବାର ଫାର୍ମାସୀ ଅଫିସର୍ ମାନଙ୍କ ତରଫରୁ ଜାତୀୟ ଔଷଧ ସପ୍ତାହ-୨୦୨୬ ପାଳନ କରାଯାଇଛି। ସକାଳ ୧୦ଟାରେ ଏମ୍.କେ.ସି.ଜି. ମୁଖ୍ୟ ଫାଟକ ଠାରୁ ସୁପର୍ ସ୍ପେସିଆଲିଟି ବିଲ୍ଡିଂ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ବିରୋଧରେ ଏକ ସଚେତନତା ରାଲି ବାହାରିଥିଲା। ଏମ୍.କେ.ସି.ଜି. ଡିନ୍ ଡା. ହରେକୃଷ୍ଣ ଦଳାଇ ଏବଂ ଆନେସ୍ଥେସିଓଲୋଜି ବିଭାଗ ମୁଖ୍ୟ ଡା. ଦେବବ୍ରତ ଶର୍ମା ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ଏହା ପରେ ସୁପର୍ ସ୍ପେସିଆଲିଟି ବିଲ୍ଡିଂ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା।ପରେ ଷ୍ଟେରିଲାଇଜେସନ୍ ବିଭାଗ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାଇକ୍ରୋବାୟୋଲୋଜି ବିଭାଗର ସହଯୋଗୀ ପ୍ରଫେସର ଡା. ସମୀକ୍ଷା ଦାଶ ଯୋଗ ଦେଇ ଆଣ୍ଟିବାୟୋଟିକ୍ ର ଅପବ୍ୟବହାର, ଅତ୍ୟଧିକ ବ୍ୟବହାର ଏବଂ ଏହା ଦ୍ଵାରା ସୃଷ୍ଟି ହେଉଥିବା ବିପଦ ବିଷୟରେ ଆଲୋଚନା କରିଥିଲେ। ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ ନ ଖାଇବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଏମ୍.କେ.ସି.ଜି. ଫାର୍ମାସୀ ଆସୋସିଏସନ୍ ର ସଭାପତି ସୀମାଞ୍ଚଳ ସାହୁ, ସାଧାରଣ ସମ୍ପାଦକ ଲୋକନାଥ ସାହୁ, ଉପ-ସଭାପତି ସେବାବ୍ରତ ପଣ୍ଡା ଓ ନିର୍ମଳ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ସଞ୍ଜୟ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଚ. କିରଣ କୁମାର ସୁବୁଦ୍ଧି, ବରିଷ୍ଠ ଫାର୍ମାସୀ ଅଫିସର୍ ପ୍ରଫୁଲ୍ଲ ପଣ୍ଡା, କେ. ରମାରାଓ ପାତ୍ର, ବିଷ୍ଣୁ ପଣ୍ଡା, ସୋରଜ କୁମାର ଜେନା, ମଳୟ ସାହୁ, ପ୍ରତାପ ପ୍ରଧାନ, ଇ. ଧର୍ମରାଜୁ, ଆଶୁତୋଷ ସେଠୀ, ପପୁରାଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏମକେସିଜିର ଫାର୍ମାସି ଅଫିସରସ ଆସୋସିଏସନର ଆୟୋଜନ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ ଏବଂ ଶଙ୍କର ଜେନା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ